ବରଗଡ଼:ମିଳିଲାନି ୪ କାନ୍ଧ, ସାଇକେଲରେ ବୁହା ହେଲା ମୃତଦେହ। ଜଣେ ବୃଦ୍ଧା ଜୟନ୍ତୀ ବଛାଙ୍କ ମୃତ୍ୟୁ ପରେ ଶବ ସତ୍କାର ପାଇଁ ସାହି ଭାଇ ଆସିଲେନି। ଜାତିଭାଇମାନେ କାନ୍ଧ ନଦେବାରୁ ମୃତଦେହକୁ ସାଇକେଲରେ ନିଆଯାଇଛି। ମୃତକଙ୍କ ନାତି ବାଧ୍ୟ ହୋଇ ଆଈଙ୍କ ମୃତଦେହକୁ ସାଇକେଲରେ ବୋହି ଶ୍ମଶାନକୁ ନେଇଛନ୍ତି। ବରଗଡ଼ ଜିଲ୍ଲା ପାଇକମାଳ ବ୍ଲକ ଅନ୍ତର୍ଗତ କଣ୍ଟାପଡ଼ା ଗାଁରେ ଆଜି ଏଭଳି ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି।
ଆଜି ସକାଳେ ୮ଟାରେ ଜୟନ୍ତୀଙ୍କର ମୃତ୍ୟୁ ହୋଇଥିଲା। ଜୟନ୍ତୀଙ୍କର ଶବ ସତ୍କାର ପାଇଁ ପୁତ୍ରବଧୂ ଯଜ୍ଞାସିନୀ ବଛା, ନାତି ଶୁଭମ୍ ବଛା, ନାତୁଣୀ ଶିବାନୀ ବଛା ଜାତିଭାଇଙ୍କୁ ଗୁହାରୀ କରିଥିଲେ। କିନ୍ତୁ ସେମାନଙ୍କର କଥା କେହି ଶୁଣି ନଥିଲେ।
ସୂଚନାଯୋଗ୍ୟ ଯେ, ବୃଦ୍ଧାଙ୍କ ଦୁଇ ପୁଅ ଦାଦନ ଯାଇ ଅନ୍ୟ ଜାତିରେ ବାହା ହୋଇଥିବାରୁ ଗାଁରେ ତାଙ୍କୁ ବାସନ୍ଦ କରାଯାଇଥିଲା। ଫଳରେ ବୃଦ୍ଧାଙ୍କ ମୃତ୍ୟୁ ପରେ ଶବ ସତ୍କାର ପାଇଁ ସାହି ଭାଇ ଆସିଲେନି।
ଶେଷରେ ସେମାନେ ଜୟନ୍ତୀଙ୍କର ମୃତଦେହକୁ ସାଇକଲରେ ବୋହି ସଂସ୍କାର କରିଥିଲେ।
Comments are closed.