Latest Odisha News

BREAKING NEWS

ଅଯୋଧ୍ୟା ରାମ ମନ୍ଦିର ଦାନ ବାକ୍ସ ବିବାଦ; ୮ ଜଣ ଗିରଫ

ନୂଆଦିଲ୍ଲୀ: ଦୀର୍ଘ ୨୦ ଦିନ ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶରେ ରାମ ମନ୍ଦିରର ଦାନ ବାକ୍ସରୁ ପାଣ୍ଠି ଆତ୍ମସାତ ମାମଲାରେ ଏକ ଏଫଆଇଆର ରୁଜୁ ହୋଇଛି। ଏହି ଘଟଣାରେ ୮ ଜଣଙ୍କୁ ଗିରଫ କରାଯାଇଛି।

ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସଦସ୍ୟ କୃଷ୍ଣମୋହନଙ୍କ ଅଭିଯୋଗ ଆଧାରରେ ଗୁରୁବାର ସନ୍ଧ୍ୟାରେ ରାମ ଜନ୍ମଭୂମି ପୋଲିସ ଷ୍ଟେସନରେ ଆଠ ଜଣଙ୍କ ବିରୁଦ୍ଧରେ ଏକ ଏଫଆଇଆର ରୁଜୁ ହୋଇଥିଲା।

ଯେଉଁମାନଙ୍କ ବିରୁଦ୍ଧରେ ଏଫଆଇଆର ରୁଜୁ ହୋଇଥିଲା ସେମାନଙ୍କ ମଧ୍ୟରେ ମନ୍ଦିର ପରିଚାଳନା ସଦସ୍ୟ ରାମଶଙ୍କର ଯାଦବ ଟିନୁ, ଟ୍ରଷ୍ଟ କର୍ମଚାରୀ ଅନୁକଲ୍ପ ମିଶ୍ର, ତାଙ୍କ ଭାଇ ଲଭକୁଶ ମିଶ୍ର, ଟିନୁଙ୍କ ଭଣଜା ମନୀଷ ଯାଦବ, କରୁଣେଶ ପାଣ୍ଡେ, ରାମଶଙ୍କର ମିଶ୍ର, ଅଭିନାଶ ଶୁକ୍ଳା ଏବଂ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ସୁଭାଷ ଶ୍ରୀବାସ୍ତବ ଅନ୍ତର୍ଭୁକ୍ତ।

କଗ୍ନିଜେବଲ୍ ଅପରାଧ ଧାରା ଅନୁଯାୟୀ ରୁଜୁ ହୋଇଥିବା ଏଫଆଇଆରରେ ଟ୍ରଷ୍ଟର ଉଚ୍ଚ ଅଧିକାରୀ ଚମ୍ପତ ରାୟ, ଡକ୍ଟର ଅନିଲ ମିଶ୍ର ଏବଂ ଗୋପାଳ ରାଓଙ୍କ ନାମ ନାହିଁ। ସୂତ୍ର ଅନୁସାରେ ସମସ୍ତ ଆଠ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ବରିଷ୍ଠ ଅଧିକାରୀମାନେ ପଚରାଉଚରା କରିଛନ୍ତି।

 

Leave A Reply

Your email address will not be published.