Latest Odisha News

BREAKING NEWS

ଭୟଙ୍କର ଅଗ୍ନିକାଣ୍ଡରେ ଜଳିଗଲା ୮ ଦୋକାନ

ବଲାଙ୍ଗିର: ବଲାଙ୍ଗୀର ଜିଲ୍ଲାର ଗାନ୍ଧୀନଗର ପଡ଼ାରେ ଥିବା ମାର୍କେଟ କମ୍ପ୍ଲେକ୍ସରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଯେଉଁଥିରେ ପ୍ରାୟ ୮ଟି ଦୋକାନ ପୋଡ଼ି ପାଉଁଶ ହୋଇଯାଇଛି।

ରିପୋର୍ଟ ଅନୁଯାୟୀ, ଜାତୀୟ ରାଜପଥ କାର୍ଯ୍ୟାଳୟ ସମ୍ମୁଖରେ ଥିବା ମାର୍କେଟ କମ୍ପ୍ଲେକ୍ସରେ ଦୋକାନଗୁଡ଼ିକ ଥିଲା। ନିଆଁ ଅଚାନକ ଲାଗିଯିବାରୁ ବହୁ ସମ୍ପତ୍ତିର କ୍ଷତି ହୋଇଥିବା ଜଣାପଡ଼ିଛି।

ତେବେ ସୂଚନା ପାଇବା ପରେ ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଅଗ୍ନିଶମ ବାହିନୀକୁ ତୁରନ୍ତ ନିୟୋଜିତ କରାଯାଇଥିଲା।କୌଣସି ସର୍ଟସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ଯଦିଓ କୌଣସି ମୃତାହତ ସୂଚନା ନାହିଁ।

 

Comments are closed.