Latest Odisha News

BREAKING NEWS

ଅବତରଣ ବେଳେ ରନୱେରୁ ଖସି ୩ଖଣ୍ଡ ହେଲା ଇସ୍ତାନବୁଲ ବିମାନ; ୩ ମୃତ

ଇସ୍ତାନବୁଲ: ଇସ୍ତାନବୁଲ ବିମାନବନ୍ଦରରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ପ।।ଗ ଖରାପ ଥିବା ଯୋଗୁଁ ଅବତରଣ କଲାବେଳେ ରନୱେରେ ଖସିଯାଇଥିଲା । ଏହାପରେ ବିମାନରେ ନିଆଁ ଲାଗି ତିନି ଖଣ୍ଡ ହୋଇଯାଇଥିଲା । ଏହି ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୭୯ ଜଣ ଆହତ ହୋଇଛନ୍ତି । ତୁର୍କୀର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏନେଇ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ତୁର୍କୀର ଲୋ-କଷ୍ଟ କ୍ୟାରିୟର ପେଗାସସ ଏୟାରଲାଇନ୍ସ ଦ୍ୱାରା ସଂଚାଳିତ ବୋଇଙ୍ଗ ୭୩୭ ବିମାନ ଇସ୍ତାନବୁଲର ସବିହା ଗୋସେନ ବିମାନବନ୍ଦରରୁ ଇଜାମିର ସହରକୁ ଯାତ୍ରା କରୁଥିଲା । ରନୱେରୁ ପାଖାପାଖି ୬୦ମି ଦୂରକୁ ଯିବାପରେ ବିମାନଟି ଖସିଯାଇଥିଲା । ଇସ୍ତାନବୁଲ ସହରରେ ଦ୍ରୁତ ପବନ ଓ ପ୍ରବଳ ବର୍ଷା କାରଣରୁ ଏଭଳି ହୋଇଥିବା କୁହାଯାଉଛି ।

Leave A Reply

Your email address will not be published.