Latest Odisha News

BREAKING NEWS

ତାମିଲନାଡୁ ଗ୍ୟାସ ଲିକ୍ ଘଟଣା; ଆଉ ଜଣେ ଓଡ଼ିଶା ମହିଳାଙ୍କ ମୃତ୍ୟୁ

ଭୁବନେଶ୍ୱର: ତାମିଲନାଡୁର ତିରୁଭଲ୍ଲୁର ଜିଲ୍ଲାର ଏକ ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ କାରଖାନାରେ ଆମୋନିଆ ଗ୍ୟାସ ଲିକ୍ ଦୁର୍ଘଟଣାରେ ଆଉ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ଓଡ଼ିଶାର ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି ପାଇଛି।

ଶୁକ୍ରବାର ଦିନ ଅନୁଗୋଳ ଜିଲ୍ଲାର ଜଣେ ମହିଳାଙ୍କ ଚିକିତ୍ସା ସମୟରେ ମୃତ୍ୟୁ ହେବା ପରେ ଏହା ୧୨କୁ ବୃଦ୍ଧି ପାଇଛି।

ମୃତକ ଜଣକ ଅନୁଗୁଳ ଜିଲ୍ଲାର ବୁଧୁବାରୀ ନାୟକ ବୋଲି ଜଣାପଡିଛି। ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟରେ ବିଷାକ୍ତ ଆମୋନିଆ ଗ୍ୟାସ୍ ସଂସ୍ପର୍ଶରେ ଆସିବା ପରେ ସେ ଭେଣ୍ଟିଲେଟର ସପୋର୍ଟରେ ଥିଲେ। ତାଙ୍କ ମୃତ୍ୟୁ ପରେ ଗ୍ୟାସ୍ ଲିକ୍ ଘଟଣାରେ ମୃତକଙ୍କ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି।

 

Leave A Reply

Your email address will not be published.