ଝାରସୁଗୁଡ଼ା: ସମ୍ବଲପୁର-ଝାରସୁଗୁଡ଼ା ବିଜୁ ଏକ୍ସପ୍ରେସ୍ ୱେ ଖେରୁଆଲ୍ ନିକଟରୁ ଗଞ୍ଜେଇ ଜବତ। ବୌଦ୍ଧରୁ ଛତିଶଗଡକୁ ଚାଲାଣ ହେଉଥିଲା ଗଞ୍ଜେଇ। ଗଞ୍ଜେଇ ଚାଲାଣ ବେଳେ ଜବତ କଲା ବଡ଼ମାଲ ପୋଲିସ। ଆନୁମାନିକ ମୂଲ୍ୟ ପ୍ରାୟ ୨୫ ଲକ୍ଷ ଟଙ୍କାର ଅଢେଇ କ୍ୱିଣ୍ଟାଲ୍ ଗଞ୍ଜେଇ ଜବତ କରିଛି ପୋଲିସ। ଏହି ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି। ପୋଲିସ୍କୁ ଦେଖି ଫେରାର୍ ବେଳେ ଗଞ୍ଜେଇ ଭର୍ତ୍ତି କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି।
ସେହିପରି କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ଦୁଇ ଜଣ ଶିକ୍ଷକ ସମେତ ଜଣେ ଯୁବକ ଗଞ୍ଜେଇ ଚାଲାଣ କରୁଥିବା ବେଳେ ଶୁକ୍ରବାର ବଲାଙ୍ଗୀର ଜିଲା ସଇଁନ୍ତଲା ଥାନା ନିକଟସ୍ଥ ବରଗାଁ ଛକ୍ ଠାରେ ଅବକାରୀ ବିଭାଗ ପକ୍ଷରୁ ଧରା ପଡ଼ିବା ଘଟଣା ଅଞ୍ଚଳ ରେ ଚର୍ଚ୍ଚାର ବିଷୟ ପାଲଟିଛି । ମିଳିଥିବା ସୂଚନା ଅନୁସାରେ, କର୍ଲାମୁଣ୍ଡା ବ୍ଲକ ସରଗୁଲ. ମାଲପଡ଼ା ଗ୍ରାମର କିଶୋର କୁମାର ଓ ରିଞ୍ଜା ଗ୍ରାମର ଜୀତେନ୍ଦ୍ର କୁମାର ସାହୁ ଦୁଇ ଶିକ୍ଷକ ସମେତ କର୍ଲାମୁଣ୍ଡା (ବସ୍ତିର) ସଞ୍ଜୟ ବାଗ ଗଞ୍ଜେଇ ଏକ କାର ଯୋଗେ ଚାଲାଣ କରୁଥିବା ସମୟରେ କୌଣସି ସୁତ୍ର ରୁ ଖବର ପାଇ ଟିଟଲାଗଡ଼ ଓ ତୁଷାର ଅବକାରୀ ବିଭାଗ ମିଳିତ ଉଦ୍ୟମରେ ବରଗାଁ ଛକ୍ ଠାରେ ଧରପଗଡ଼ କରିଥିଲେ।
ଏହି ସମୟରେ ସେମାନଙ୍କ ଠାରୁ ଅବକାରୀ ବିଭାଗ ୩୩ କେଜି ଗଞ୍ଜେଇ ସମେତ କାର ଜବତ କରିଥିବା ଜଣାପଡିଛି। ଏହି ଘଟଣାରେ ସେମାନଙ୍କୁ ଗିରଫ କୋର୍ଟ ଚାଲାଣ କରାଯାଇଛି। କିଶୋର ଖଲିଆପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଥିବା ବେଳେ ଜୀତେନ୍ଦ୍ର କୁମାର ସାହୁ ବତିକୁପା ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଅଟନ୍ତି।
