Latest Odisha News

BREAKING NEWS

ଷଷ୍ଠ ୱିକେଟ ପାର୍ଟନରଶିପରେ ବିଶ୍ୱରେକର୍ଡ କଲେ ୱେଷ୍ଟଇଣ୍ଡିଜର ଏହି ଦୁଇ ଖେଳାଳି

ଆଂଟିଗୁଆ: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ମ୍ୟାଚରେ ୱେଷ୍ଟଇଣ୍ଡିଜ କ୍ରିକେଟ ଟିମର ଦୁଇ ବ୍ୟାଟ୍ସମ୍ୟାନ ଆମୀର ଜଙ୍ଗୁ ଓ ରୋଷ୍ଟନ ଚେଜ ଷଷ୍ଠ ୱିକେଟରେ ବିଶ୍ୱରେକର୍ଡ ସ୍ଥାପନ କରିଛନ୍ତି । ସେମାନେ ୧୦ ବର୍ଷ ତଳେ ଇଂଲଣ୍ଡର ବେନ ଷ୍ଟୋକ୍ସ ଓ ଜନୀ ବେୟାରଷ୍ଟୋଙ୍କ ରେକର୍ଡକୁ ଭଙ୍ଗ କରିଛନ୍ତି । ସେମାନେ ୩୯୯ ରନ ସଂଗ୍ରହ କରିଥିଲେ । ଜଙ୍ଗୁ ଓ ଚେଜ ୱେଷ୍ଟଇଣ୍ଡିଜ ପକ୍ଷରୁ ସର୍ବାଧିକ ପାର୍ଟନରଶିପରେ ଦ୍ୱିତୀୟ ସ୍ଥ୍‌ାନରେ ରହିଛନ୍ତି । ସେମାନେ ୪୦୧ ରନର ପାର୍ଟନରଶିପ ସଂଗ୍ରହ କରିଥିଲେ । ଚେଜ ୧୯୪ ରନ କରି ଆଉଟ ହୋଇଥିବା ବେଳେ ଜଙ୍ଗୁ ୨୩୩ ରନ ସଂଗ୍ରହ କରିଥିଲେ ।

ସେମାନଙ୍କ ରେକର୍ଡ ପାର୍ଟନରଶିପକୁ ମିଲନ ରତ୍ନାୟକେ ଭଙ୍ଗ କରିଥିଲେ । ସେ ଜାଙ୍ଗୁଙ୍କୁ ଆଉଟ କରିଥିଲେ । ଶ୍ରୀଲଙ୍କାର ପ୍ରଥମ ଇନିଂସ ସ୍କୋର ୩୦୮ ରନ ଜବାବରେ ୱେଷ୍ଟଇଣ୍ଡିଜ ୯ ୱିକେଟ ବିନିମୟରେ ୬୨୯ ରନ କରି ଇନିଂସ ଘୋଷଣା କରିଥିଲା । ଶ୍ରୀଲଙ୍କା ଦ୍ୱିତୀୟ ଇନିଂସରେ ୧ ୱିିକେଟ ବିନିମୟରେ ୧୫ ରନ କରି ୱେଷ୍ଟଇଣ୍ଡିଜ ସ୍କୋରଠାରୁ ୩୦୩ ରନ ପଛରେ ରହିଛି ।

Leave A Reply

Your email address will not be published.