ନୂଆଦିଲ୍ଲୀ: ଫିଫା ବିଶ୍ୱକପ ୨୦୨୬ର ଗ୍ରୁପ ରାଉଣ୍ଡ ମୁକାବିଲା ଶେଷ ହୋଇଯାଇଛି । ଏଥିସହ ନକଆଉଟରେ ୩୨ ଟିମ ପ୍ରବେଶ କରିଛନ୍ତି । ଏଥର ପରାଜିତ ଟିମର ଯାତ୍ରା ଶେଷ ହୋଇଯିବ । ରାଉଣ୍ଡ ଅଫ ୩୨ର ପ୍ରଥମ ମୁକାବିଲା ଜୁନ ୨୯ରେ କାନାଡା ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ । ଲସ ଆଞ୍ଜେଲ୍ସରେ ଏହା ଆୟୋଜିତ ହେବ । ସେହି ଦିନ ବ୍ରାଜିଲ ଓ ଜାପାନ ମଧ୍ୟରେ ହ୍ୟୁଷ୍ଟନ ଷ୍ଟାଡିୟମରେ ମୁକାବିଲା ଆୟୋଜିତ ହେବ । ଜୁନ ୩୦ରେ ଜର୍ମାନୀ-ପାରାଗୁଏ(ବୋଷ୍ଟନ ଷ୍ଟାଡିୟମ), ନେଦରଲାଣ୍ଡସ-ମରକ୍କୋ(ଏଷ୍ଟଡିଓ ମୋଟେଂରେ) ଓ ଜୁଲାଇ ୧ରେ ଆଇଭରି କୋଷ୍ଟ-ନରୱେ(ଡଲାସ ଷ୍ଟାଡିୟମ), ମେକ୍ସିକୋ-ଇକ୍ୱେଡର(ମେକ୍ସିକୋ ସିଟି) ଓ ଇଂଲଣ୍ଡ-ଡିଆର କଙ୍ଗୋ(ଆଟଲାଂଟା ଷ୍ଟାର୍ଡିୟମ) ମଧ୍ୟରେ ମ୍ୟାଚ ଆୟୋଜିତ ହେବ ।
ଜୁଲାଇ ୨ରେ ଆମେରିକା-ବୋସନିଆ(ସ୍ୟାନ ଫ୍ରାନସିସ୍କୋ), ବେଲଜିୟମ-ସେନଗେଲ (ସିଏଟେଲ ଷ୍ଟାଡିୟମ) ଏବଂ ଜୁଲାଇ ୩ରେ ସ୍ପେନ-ଅଷ୍ଟ୍ରିଆ(ଲସ ଆଞ୍ଜେଲ୍ସ), ପର୍ତୁଗାଲ-କ୍ରୋଏସିଆ(ଟୋରଟୋଂ),ସୁଇଜରଲାଣ୍ଡ-ଆଲଜେରିଆ(ବିସି ପ୍ଲେସ) ଓ ଅଷ୍ଟ୍ରେଲିଆ-ମିଶର(ଡଲାସ ଷ୍ଟାଡିୟମ) ମଧ୍ୟରେ ମ୍ୟାଚ ଖେଳାଯିବ । ଜୁଲାଇ ୪ରେ ଆର୍ଜେଂଟିନା-କେପୱାର୍ଡେ(ମିୟାମି) ଓ କଲମ୍ବିଆ-ଘାନା(କେନସସ ସିଟି) ମଧ୍ୟରେ ମୁକାବିଲା ଆୟୋଜିତ ହେବ । ଏହା ପରେ କ୍ୱାର୍ଟର ଫାଇନାଲ, ସେମିଫାଇନାଲ ଓ ଫାଇନାଲ ମ୍ୟାଚ ଖେଳାଯିବ ।
