Latest Odisha News

BREAKING NEWS

ପ୍ରତ୍ୟାହାର ହେବନି ତ୍ରୁଟିପୂର୍ଣ୍ଣ ବହି, ସ୍କୁଲକୁ ଦିଆଯିବ ସଂଶୋଧିତ ପୁସ୍ତକ: ମନ୍ତ୍ରୀ

ଭୁବନେଶ୍ୱର: ଚଳିତବର୍ଷ ଶିକ୍ଷାବର୍ଷ ପାଇଁ ତ୍ରୁଟିପୂର୍ଣ୍ଣ ବହି ଛାତ୍ରଛାତ୍ରୀଙ୍କୁ ବଣ୍ଟାଯିବା ପରେ ସାରା ରାଜ୍ୟ ସହ ଦେଶରେ ମଧ୍ୟ ଓଡିଶା ସରକାରଙ୍କ ଛବି ଖରାପ ହେବାରେ ଲାଗିଛି । ଏହା ଉପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଜଣେ ପୂର୍ବତନ ନିର୍ଦ୍ଦେଶକଙ୍କ ସମେତ ୩ ଜଣ ସହକାରୀ ନିର୍ଦ୍ଦେଶକଙ୍କୁ ମୁଖ୍ୟମନ୍ତ୍ରୀ ନିଲମ୍ବିତ କରିଛନ୍ତି । ଅନ୍ୟ ୬ ଜଣ ସହକାରୀ ନିର୍ଦ୍ଦେଶକଙ୍କ ବିରୋଧରେ ମଧ୍ୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ଏହା ଉପରେ ଆଜି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ଯେ, ସବୁ ସ୍କୁଲ୍‌କୁ ଦିଆଯିବ ସଂଶୋଧିତ ବହି । ସଂଶୋଧିତ କପି ଆଧାରରେ ପାଠ ପଢ଼ିବେ ଛାତ୍ରଛାତ୍ରୀ । ଏବେ ସମସ୍ତ ବହିକୁ ପ୍ରତ୍ୟାହାର କରି ନୂଆ ବହି ଦେବା ସମ୍ଭବ ନୁହେଁ । ତେଣୁ ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ସ୍କୁଲ ପ୍ରଧାନ ଶିକ୍ଷକଙ୍କୁ ଦିଆଯିବ ସଂଶୋଧିତ ବହି ।

କମିଟି ଯେଉଁ ୧୪ଟି ପଏଣ୍ଟ ଦେଇଛି ସେ ଆଧାରରେ ସଂଶୋଧନ କରାଯିବ ଏବଂ ପିଲାଙ୍କୁ ପାଠ ପଢ଼ାଯିବ । ତଦନ୍ତ ରିପୋର୍ଟ ଅନୁସାରେ ଆଗକୁ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.