Latest Odisha News

ସପ୍ତାହକ ପାଇଁ ସ୍ଥଗିତ ରହିଲା ଭିତରକନିକା ମହୋତ୍ସବ

କେନ୍ଦ୍ରାପଡା: ଉପକୂଳବର୍ତ୍ତି ଅଞ୍ଚଳ ଗୁଡିକରେ ବର୍ଷା ହେବାର ପୂର୍ବାନୁମାନ କରି ଭିତରକନିକା ଠାରେ ହେବାକୁ ଥିବା ମହୋତ୍ସବକୁ ୧ ସପ୍ତାହ ଯାଏଁ ସ୍ଥଗିତ କରି ଦିଆଯାଇଛି ।

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ନିମନ୍ତେ ଓଡ଼ିଶାର ଏହି ପ୍ରମୁଖ ପର୍ଯ୍ୟଟନ ସ୍ଥଳୀରେ ଫେବୃଆରୀ ୭ ତାରିଖରୁ ହେବାକୁ ଥିବା ୩ ଦିନିଆ ‘ଭିତରକନିକା ମହୋତ୍ସବ’ ଆସନ୍ତା ୧୪ ତାରିଖରେ ଆରମ୍ଭ ହେବ ବୋଲି ସୂଚନା ମିଳିଛି।

କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର-ନଳିତାପାଟିଆ ମଧ୍ୟରେ ଥିବା ମୁଖ୍ୟ ରାସ୍ତା ନିକଟରେ ଏହି ମହୋତ୍ସବ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ହେଉଛି । ଏହି ମହୋତ୍ସବକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏହି ଉତ୍ସବ ଲାଗି ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ୧୦ ଲକ୍ଷ ଟଙ୍କା ଏବଂ ଓଡ଼ିଶା ମାଇନିଂ କର୍ପୋରେସନ ପକ୍ଷରୁ ୨୦ ଲକ୍ଷ ଟଙ୍କା ଯୋଗାଇ ଦିଆଯାଇଛି ।

ମିଳିଥିବା ସୂଚନାନୁଯାୟୀ, ଏହି ମହୋତ୍ସବକୁ ସଫଳ କରିବା ସହିତ ଅଧିକରୁ ଅଧିକ ପର୍ଯ୍ୟଟକ କିପରି ଏହି ମହୋତ୍ସବରେ ଅଂଶଗ୍ରହଣ କରିପାରିବେ ସେଥିଲାଗି କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମା, ରାଜନଗର ବିଧାୟକ ଧ୍ରୁବ ସାହୁ ଏବଂ ରାଜନଗର ଡିଏଫଓ ବିକାଶ ରଞ୍ଜନ ଦାଶ ଯୋଜନା ପ୍ରସ୍ତୁତ କରିଛନ୍ତି ।

Leave A Reply

Your email address will not be published.