Latest Odisha News

BREAKING NEWS

ଆରମ୍ଭ ହେଲା ପ୍ରେମ ସପ୍ତାହ: ଜାଣନ୍ତୁ କେଉଁଦିନ ପାଳନ ହେବ କେଉଁ ଡେ’…

ଭୁବନେଶ୍ୱର: ଫେବୃଆରୀ ତାରିଖ ଠାରୁ ଆରମ୍ଭ ହେବାକୁ ଯାଉଛି ପ୍ରେମ ସପ୍ତାହ ବା ଭାଲେଣ୍ଟାଇନ ସପ୍ତାହ । ଫେବୃଆରୀ ୭ ରୁ ୧୪ ତାରିଖ ଯାଏଁ ପ୍ରେମୀମାନେ ପାଳନ କରିବେ ପ୍ରେମ ସପ୍ତାହ।

ଏହି ପ୍ରେମ ସପ୍ତାହକୁ ନେଇ ଯୁବପିଢୀଙ୍କ ମଧ୍ୟରେ ଖୁବ ଉତ୍ସାହ ଦେଖିବାକୁ ମିଳେ। ନିଜ ନିଜ ପାର୍ଟନରଙ୍କୁ କିଏ ଗୋଲାପ ଦେଇ ତ ଆଉ କିଏ ଟେଡି କି ଚକଲେଟ ଦେଇ ପାଳନ କରନ୍ତି ଭଲେଣ୍ଟାଇନ ସପ୍ତାହ ।

ଆସନ୍ତୁ ଜାଣିବା କେଉଁଦିନ କେଉଁ ଡେ’ ପାଳନ କରାଯାଏ..

୭ ଫେବୃଆରୀ (ରୋଜ ଡେ):

ଏହି ଦିନ ନିଜ ପାର୍ଟନରଙ୍କୁ ଲାଲ ଗୋଲାପ ଦେଇ ପରସ୍ପର ପ୍ରତି ଭାବନାର ପରିପ୍ରକାଶ କରାଯାଏ। ଏହି ଦିନରେ ଗୋଲାପ ଫୁଲର ମହତ୍ତ୍ୱ ଅଧିକ ଥାଏ । ତେବେ ଖାଲି ପାର୍ଟନର ନୁହେଁ ଆପଣ ଚାହିଁଲେ ଆପଣଙ୍କ ବନ୍ଧୁଙ୍କୁ ମଧ୍ୟ ଗୋଲାପ ପ୍ରଦାନ କରି ପାରିବେ । କିନ୍ତୁ ଲାଲ ନୁହେଁ ଆପଣ ନିଜ ବନ୍ଧୁଙ୍କୁ ବନ୍ଧୁତ୍ବର ପ୍ରତୀକ ହଳଦିଆ ଗୋଲାପ ପ୍ରଦାନ କରି ପାରିବେ ।

୮ ଫେବୃଆରୀ (ପ୍ରପୋଜ ଡେ):

ଏହି ଦିନ ପରସ୍ପରକୁ ଭଲ ପାଉଥିବା ପୁଅ ହେଉ କି ଝିଅ ଯେ କୌଣସି ଉପାୟରେ ପାର୍ଟନରଙ୍କୁ ନିଜର ଭାବନା ଜଣାଇ ପ୍ରପୋଜ କରନ୍ତି। ଅନେକ କ୍ଷେତ୍ରରେ ବିବାହିତ ଦମ୍ପତ୍ତି ମଧ୍ୟ ଭାଲେଣ୍ଟାଇନ ୱିକ୍ ପାଳନ କରିଥାନ୍ତି।

୯ ଫବୃଆରୀ (ଚକୋଲେଟ୍ ଡେ):

ପ୍ରେମ ସପ୍ତାହର ତୃତୀୟ ଦିନକୁ ଚକୋଲେଟ୍ ଡେ ଭାବେ ପାଳନ କରାଯାଏ । ଏହିଦିନ ପ୍ରେମୀ ଯୋଡି ନିଜ ପାର୍ଟନରଙ୍କୁ ଖୁସି କରିବା ପାଇଁ ତାଙ୍କ ପସନ୍ଦର ଚକଲେଟ ଆଣି ଦେଇଥାନ୍ତି ।

୧୦ ଫେବୃଆରୀ (ଟେଡି ଡେ):

ମନର ଦିଆନିଆ ପରେ ଉପହାର ଏକ ସ୍ୱଭାବିକ କଥା । ଭାଲେଣ୍ଟାଇନ ୱିକ୍‌ର ଚତୁର୍ଥ ଦିବସକୁ ଟେଡି ଡେ ଭାବରେ ପାଳନ କରାଯାଏ। ଏଥିରେ ଯେକୌଣସି ଏକ ସଫ୍ଟ ଟୟ ବା ଟେଡି ବିୟରଟେ ଆପଣଙ୍କ ପାର୍ଟନରକୁ ଉପହାର ସ୍ୱରୂପ ପ୍ରଦାନ କରି ପାରିବେ।

୧୧ ଫବୃଆରୀ (ପ୍ରୋମିଜ ଡେ’):

ଭାଲେଣ୍ଟାଇନ ୱିକ୍‌ର ଏହା ସବୁଠୁ ମହତ୍ତ୍ୱପୂର୍ଣ୍ଣ ଦିନ ବୋଲି କୁହାଯାଏ ।ଏହିଦିନ ସମ୍ପର୍କର ସ୍ଥାୟିତ୍ୱ ଲାଗି ପ୍ରେମୀ ଯୁଗଳ ପରସ୍ପରକୁ ପ୍ରତିଶ୍ରୁତି ପ୍ରଦାନ କରିଥାନ୍ତି। ଏଣୁ ଏହି ଦିନଟିକୁ ପ୍ରମିଶ ଡେ କୁହାଯାଏ।

୧୨ ଫେବୃଆରୀ (ହଗ୍ ଡେ):

କପଲସ୍‌ ଏହି ଦିନ ପରସ୍ପରକୁ ଆଲିଙ୍ଗନ କରି ନିଜ ପ୍ରେମର ଭାବକୁ ପ୍ରକାଶ କରନ୍ତି। ଯାହା ସେମାନଙ୍କର ପରସ୍ପର ପ୍ରତି ଆତ୍ମିୟତାକୁ ପ୍ରମାଣିତ କରେ।

୧୩ ଫେବୃଆରୀ (କିସ୍ ଡେ):

ସପ୍ତାହେ ଧରି ନିଜ ଜୀବନ ସାଥୀଙ୍କ ଭରସା ଜିତିବା ପରେ ଦୁଇଜଣ ପରସ୍ପର ସହ ଜୀବନ ଅତିବାହିତ ଲାଗି ଦୃଢ ନିଷ୍ପତ୍ତି ନେବା ପୂର୍ବରୁ ଏହା ଏକ ଗୁରୁତ୍ୱପୁର୍ଣ୍ଣ ଦିନ ଅଟେ ।

୧୪ ଫେବୃଆରୀ (ଭାଲେଣ୍ଟାଇନ ଡେ):

ଏହି ପ୍ରେମ ସପ୍ତାହର ଶେଷ ଦିନକୁ ଭାଲେଣ୍ଟାଇନ ଡେ କୁହାଯାଏ । ଏହାକୁ ପ୍ରେମୀ ଯୁଗଳ ବେଶ ଉତ୍ସାହର ସହ ପାଳନ କରିଥାନ୍ତି। ସମ୍ପର୍କ ନିବିଡ କରିବା ଲାଗି ଗୋଟିଏ ସପ୍ତାହ ହିଁ ଯଥେଷ୍ଟ। ନିଜର ମନଭାବ ପ୍ରକାଶ ପରଠାରୁ ପ୍ରତିଦିନ ଭାବର ଆଦାନ ପ୍ରଦାନ ପରେ ସପ୍ତାହର ଶେଷ ଦିନକୁ ବେଶ ଉତ୍ସାହରେ ପାଳନ କରନ୍ତି ପ୍ରେମୀ ଯୁଗଳ ।

Leave A Reply

Your email address will not be published.