Latest Odisha News

BREAKING NEWS

୨୦ ଦିନ ହେବ ଅନ୍ଧାରରେ ଦୁଇ ଗାଁ; ବିଦ୍ୟୁତ୍ ବିଭଗ କାର୍ଯ୍ୟାଳୟକୁ ଘେରାଉ କଲେ ଗ୍ରାମବାସୀ

ସୁନ୍ଦରଗଡ:କିଛି ଦିନ ପୂର୍ବେ ବଜ୍ରପାତରେ ଗାଁର ଟ୍ରାନ୍ସଫର୍ମର ଜଳିଯାଇଥିଲା । କୋଡ଼ିଏ ଦିନ ହେବ ଅନ୍ଧାରରେ ଦୁଇଟି ଗାଁ ରହିଛି । ଏଭଳି ସମସ୍ୟା ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ଦଲକି ଓ ଭଦରପୁର ଗାଁରେ । ଫଳରେ ନୂଆ ଟ୍ରାନ୍ସଫର୍ମର ଦାବିରେ ବିଦ୍ୟୁତ କାର୍ଯ୍ୟାଳୟ ଘେରାଉ କରିଛନ୍ତି ଦୁଇ ଗାଁ ଲୋକେ ।

ସୂଚନାଥାଉକି, ବଜ୍ରପାତରେ ଗାଁର ଟ୍ରାନ୍ସଫର୍ମର ଜଳିଯାଇଥିଲା । ସେହି ଦିନଠାରୁ ବିଦ୍ୟୁତ ସେବା ଗାଁରେ ଠପ୍ ହୋଇଯାଇଛି । ଗ୍ରାମବାସୀ ବୀରମିତ୍ରପୁର TPWODL କର୍ତ୍ତୃପକ୍ଷଙ୍କୁ ସୂଚନା ଦେବା ସହ ନୂଆ ଟ୍ରାନ୍ସଫର୍ମର ଲଗାଇବା ପାଇଁ ଦରଖାସ୍ତ ମଧ୍ୟ ଦେଇଥିଲେ । କିନ୍ତୁ ୨୦ ଦିନରୁ ଅଧିକ ଦିନ ବିତିଯାଇଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଶେଷରେ ବାଧ୍ୟ ହୋଇ ଦୁଇ ଗାଁର ବାସିନ୍ଦାମାନେ ବୀରମିତ୍ରପୁର ବିଦ୍ୟୁତ୍ ବିଭଗ କାର୍ଯ୍ୟାଳୟ ପହଞ୍ଚି କାର୍ଯ୍ୟାଳୟକୁ ଘେରାଉ କରିଥିଲେ ।

Leave A Reply

Your email address will not be published.