ଭୁବନେଶ୍ବର:ଆଇପିଏସ ଦୟାଲ ଗଙ୍ଗୱାରଙ୍କ ବିରୋଧରେ ନିଆଯିବ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ। ଦୟାଲ ଗଙ୍ଗୱାରଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ପୋଲିସ ମହାନିର୍ଦ୍ଦେଶକ (DGP) ଙ୍କୁ ତୁରନ୍ତ ଚାର୍ଜସିଟ୍ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି। ବାଲିଅନ୍ତା ସୌମ୍ୟ ରଞ୍ଜନ ସ୍ୱାଇଁ ହତ୍ୟା ଘଟଣାରେ ବିବାଦ ଘେରକୁ ଆସିଥିଲେ ୧୯୯୮ ବ୍ୟାଚର ବରିଷ୍ଠ IPS ଅଧିକାରୀ ଦୟାଲ ଗଙ୍ଗୱାର । ଏହା ପରେ ବରିଷ୍ଠ ଆଇପିଏସ୍ ଅଧିକାରୀ ଦୟାଲ ଗଙ୍ଗୱାରଙ୍କୁ ସରକାର ଚାକିରିରୁ ନିଲମ୍ବିତ କରିଥିଲେ।
ସୂଚନାଥାଉକି, ଆଇପିଏସ୍ ଦୟାଲ ଗଙ୍ଗୱାର କନଷ୍ଟେବଳ ସୌମ୍ୟରଞ୍ଜନଙ୍କୁ ନିଜ ବ୍ୟକ୍ତିଗତ କାମରେ ନିୟୋଜିତ କରୁଥିଲେ, ସୌମ୍ୟଙ୍କୁ ମାନସିକ ନିର୍ଯାତନା ଦିଆଯାଉଥିବା ନେଇ ତାଙ୍କ ବାପା ଓ ମାଆ ସିଧାସଳଖ ଅଭିଯୋଗ ଆଣିଥିଲେ। ଏହି ମାମଲାରେ ଗୃହ ବିଭାଗ ପକ୍ଷରୁ ପୋଲିସ ମହାନିର୍ଦ୍ଦେଶକ (DGP) ଙ୍କୁ ତୁରନ୍ତ ଦୟାଲ ଗଙ୍ଗୱାରଙ୍କ ବିରୋଧରେ ଆରୋପନାମା ବା ଡ୍ରାଫ୍ଟ ଚାର୍ଜସିଟ୍ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
