Latest Odisha News

BREAKING NEWS

କରୋନା କବଳରେ ନବଜାତକ !

ନୂଆଦିଲ୍ଲୀ: ଚୀନରେ କରୋନା ଭାଇରସର ଆତଙ୍କ ବଢ଼ି ବଢ଼ି ଚାଲିଛି । ବିଶେଷ କରି ଉହାନ ସହରରେ ଏହାର ପ୍ରକୋପ ଅଧିକ । ବୁଧବାର ଜନ୍ମ ନେଇଥିବା ଜଣେ ଶିଶୁ ୩୦ ଘଣ୍ଟା ପରେ କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଥିବା ଜଣାପଡିଛି । କରୋନାରେ ସଂକ୍ରମିତ ହୋଇଥିବା ଏହା ସବୁଠାରୁ କମ୍ ବୟସର ରୋଗୀ ।

ସୂଚନାଯୋଗ୍ୟ, ଏହି ନବଜାତକ ଶିଶୁକୁ ମାଆ ଗର୍ଭରେ କିମ୍ବା ଜନ୍ମ ହେବା ପରେ କରୋନା ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି । ଶିଶୁକୁ ଜନ୍ମ ଦେବାପରେ ମାଆର ରିପୋର୍ଟ ମଧ୍ୟ କରୋନା ଭାଇରସ ପଜିଟିଭ ଆସିଥିଲା ।

ଗୁରୁବାର ପର୍ଯ୍ୟନ୍ତ ଚୀନରେ କରୋନା ଭାଇରସ ଜନିତ ମୃତ୍ୟୁ ସଂଖ୍ୟା ୫୬୩ ଛୁୂଇଁଛି । ସାରା ଦୁନିଆରେ ୨୮,୦୧୮ ଲୋକ ଏହି ଭାଇରସ ଦ୍ୱାରା ସଂକ୍ରମିତ ହୋଇଛନ୍ତି ।

ଏହି ଭାଇରସ ସହ ଲଢ଼ିବା ପାଇଁ ଚୀନ ସବୁ କୌଶଳ ପ୍ରୟୋଗ କରୁଛି । କିଛି ଅଧିକାରୀ ହୋମିଓପାଥିକ ଔଷଧ ବ୍ୟବହାର କରିବାକୁ ଡାକ୍ତରଙ୍କୁ ପରାମର୍ଶ କରୁଛନ୍ତି । କିଛି ଲୋକ ଏଡସର ଔଷଧ କରୋନା ଭାଇରସ ସହ ଲଢ଼ିବାରେ ସାହାଯ୍ୟ କରିବ ବୋଲି କହୁଥିବାବେଳେ କରୋନା ପାଇଁ ଏପର୍ଯ୍ୟନ୍ତ କିଛି ସଠିକ୍ ଔଷଧ ଜଣାପଡିନି ।

Leave A Reply

Your email address will not be published.