Latest Odisha News

BREAKING NEWS

କାହିଁକି ମହାନ ଆମ ଦେଶ ଭାରତ: ପଢିଲେ ଗର୍ବରେ ଛାତି ଫୁଲି ଉଠିବ..

ଭୁବନେଶ୍ୱର: ଭାରତ, କାହିଁକି ମହାନ ଏହି ଦେଶ? ୨୦୨୫ ମଧ୍ୟରେ ଏହା ଚାଇନାର ୧.୪ ବିଲିଅନ ଜନସଂଖ୍ୟାକୁ କାଟି ବିଶ୍ୱର ସବୁଠୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଦେଶ ହୋଇଯିବ କଣ ସେଇଥିପାଇଁ ଏହା ମହାନ ଅଟେ?

ନା, ଯାହା ପାଇଁ ପୁରା ସଂସାରଟା ଏକ ପରିବାର ସଦୃଶ । ‘ବସୁଧୈବ କୁଟୁମ୍ବକମ୍’ । ଏପରି ସଂସ୍କୃତି ଓ ସଭ୍ୟତା ସଂମ୍ପନ୍ନ ଆମ ଦେଶ ଯାହା ଆମ ମାନଙ୍କ ହୃଦୟ ସ୍ପନ୍ଦନର ଏକ ଅଂଶ ଅଟେ ।

ଭାରତର ବିଜ୍ଞାନ:

ଆମେ ସେହି ଦେଶର ନାଗରିକ ଯାହାର ଅବ୍ୟବସ୍ଥା ଭିତରେ ମଧ୍ୟ ରହିଛି ବ୍ୟବସ୍ଥା । ଏବଂ ଆମର ମଙ୍ଗଳଯାନ ହଲିଉଡ଼ ମୁଭି ଗ୍ରାର୍ଭିଟି ଠାରୁ ମଧ୍ୟ ଶସ୍ତା ଅଟେ ।

ପ୍ରଥମ ପ୍ରୟାସରେ ମଙ୍ଗଳ ପର୍ଯ୍ୟନ୍ତ ପହଞ୍ଚି ପାରିଥିବା ଦେଶ ଭାରତ ହିଁ ଅଟେ । ୧୯୬୩ରେ ଆମର ପ୍ରଥମ ରାକେଟକୁ ଏକ ସାଇକେଲ ଯୋଗେ ଅଣାଯାଇଥିଲା । ଆଉ ଆଜି “ଇଣ୍ଡିଆନ ସ୍ପେସ ରିସର୍ଚ୍ଚ ଅର୍ଗାନାଇଜେସନ” (ଇସ୍ରୋ) ବିଶ୍ୱର ସବୁଠାରୁ ସଫଳ ସଙ୍ଗଠନ ମାନଙ୍କ ମଧ୍ୟରୁ ଗୋଟିଏ । ଦୁନିଆର ସବୁଠାରୁ ଦୃତ ସୁପର ସୋନିକ ଗ୍ରୁଜ ମିସାଇଲ ବ୍ରହ୍ମୋସ, ଅଥୋରିଅମ ନ୍ୟୁକ୍ଲିଅର ଶକ୍ତି ବିଶିଷ୍ଟ ଦେଶ ଆମ ଭାରତ ।

ଭାରତର ଖେଳ:

କଥା ଯେତେବେଳେ ଖେଳର ଆସେ ସେତେବେଳେ ଖାଲି କଥା ନୁହେଁ, କାମ ଓ ପାଗାଲାମି ବି ସାମିଲ ହୋଇଯାଏ । କ୍ରୀଡା ଜଗତର ପୃଷ୍ଠା ଲେଉଟାଇ ଦେଖିଲେ ସେଇଠି ଅନେକ ପୃଷ୍ଠାରେ ଭାରତୀୟଙ୍କ ନାମ ହିଁ ଦେଖିବାକୁ ମିଳିବ ।

ଏଯାଏଁ ଖେଳା ଯାଇଥିବା କବାଡ଼ିର ସମସ୍ତ ବିଶ୍ୱକପରେ କେବଳ ଭାରତ ହିଁ ବିଜୟୀ ହୋଇଛି ।

ମେରିକମ୍ ବିଶ୍ୱ ଚମ୍ପିୟାନସିପରେ ୬ଟି ସ୍ବର୍ଣ୍ଣ ପଦକ ଜିତିଥିବା ବିଶ୍ୱର ପ୍ରଥମ ମହିଳା ବକ୍ସର ଅଟନ୍ତି ।

୨୧ ଦିନରେ ୬ଟି ସ୍ୱର୍ଣ୍ଣ ଜିତିଥିବା ଗୋଲଡେନ ଗାର୍ଲ ହିମା ଦାସ ଅଟନ୍ତି ଭାରତୀୟ ।

ଭାରତର ପଙ୍କଜ ଆଡ଼ଭାନୀ ସ୍ନୁକର ଓ ବିଲିଅଟସ ଉଭୟର ସମସ୍ତ ପର୍ଯ୍ୟାୟରେ ବିଶ୍ୱ ବିଜେତା ହୋଇଥିବା ଦୁନିଆର ଏକମାତ୍ର ଖେଳାଳୀ ଅଟନ୍ତି ।

କ୍ରିକେଟରେ ତ ଭାରତର ଏତେ ରେକର୍ଡ ରହିଛି କହି ବସିଲେ କେବେ ଶେଷ ହେବ ନାହିଁ ।

ଭାରତର ସଂସ୍କୃତି:

ଭାରତ ଏମିତି ଏକ ଦେଶ ଯାହାର ପ୍ରତ୍ୟେକ ଦିନ କିଛି ନା କିଛି ପର୍ବ ପାଳନ କରାଯାଏ।

ଆମର କଳା, ସଂସ୍କୃତି ସଭ୍ୟତା ଏତେ ସମୃଦ୍ଧଶାଳି ଯେ ଆଜିଠୁ ୫ହଜାର ବର୍ଷ ପୂର୍ବେ ଯେତେବେଳେ ବିଶ୍ୱର ସମସ୍ତ ସ୍ଥାନରେ ମଣିଷ ପଶୁ ଭଳି ଜଙ୍ଗଲ ଗୁମ୍ଫାରେ ରହି ଜୀବନ ଅତିବାହିତ କରୁଥିଲେ, ସେତେବେଳେ ଭାରତରେ ସିନ୍ଧୁ ଘାଟି ଉନ୍ନତିର ଶିଖରରେ ଥିଲା ।

ରୁକ ବେଦ ଦୁନିଆରେ ଲେଖାଯାଇଥିବା ଗ୍ରନ୍ଥ ମାନଙ୍କ ମଧ୍ୟରେ ସବୁଠାରୁ ପ୍ରାଚୀନ ଗ୍ରନ୍ଥ ଅଟେ । ଭାରତୀୟ ସଭ୍ୟତା ଓ ବେଦ ଆଜକୁ ଅନେକ ବର୍ଷ ପୂର୍ବେ, ଶୂନ୍ୟ, ନମ୍ବର ସିଷ୍ଟମ, ଦିଗ ସୂଚକ ଓ କ୍ୟାଲେଣ୍ଡର ଠାରୁ ଆରମ୍ଭ କରି ନୃତ୍ୟ, ସଙ୍ଗୀତ ଭଳି ସମସ୍ତ କଳା ସହ ଆଧ୍ୟାତ୍ମିକ, ସାହିତ୍ୟ, ବିଜ୍ଞାନ, ଇଂଜିନିୟରିଂ, କନଷ୍ଟ୍ରକସନ, ଗଣିତ, ଚାଷ, ବାଣିଜ୍ୟ, ସାମ୍ବିଧାନିକ ଭାବେ ଆଇନ ଗଠନ ଏବଂ ମେଡିକାଲ ବିଜ୍ଞାନ ସହ ମହାକାଶ ବିଜ୍ଞାନ ପର୍ଯ୍ୟନ୍ତ ଲିଖିତ ପ୍ରମାଣ ଦେଇ ସରିଛି ।

ଏହି ସଂସାରର ସବୁଠୁଁ ପ୍ରାଚୀନ ନଗର ଏହି ଭାରତରେ ରହିଛି ।

ପଞ୍ଜାବର ସ୍ବର୍ଣ୍ଣ ମନ୍ଦିର ସବୁଠାରୁ ଅଧିକ ଭକ୍ତ ଆସୁଥିବା ଧାର୍ମିକ ସ୍ଥଳ ଅଟେ । ଯେଉଁଠି ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ପ୍ରତ୍ୟେକ ଦିନ ପ୍ରାୟ ୧ ଲକ୍ଷ ଲୋକଙ୍କୁ ଶ୍ରଦ୍ଧାରେ ଭୋଜନ କରାଯାଇଥାଏ ।

ଏମିତି ଆମ ଦେଶ ଯେଉଁଠି ରହିଛି ୩ଲକ୍ଷରୁ ଅଧିକ ମସଜିଦ। ଭାରତର କୁମ୍ଭମେଳା ଯେଉଁଠି ଏକାଠି ହୁଅନ୍ତି ବିଶ୍ୱର ସବୁଠୁ ଅଧିକ ଲୋକ । ୧୫ କୋଟିରୁ ମଧ୍ୟ ଅଧିକ ଲୋକଙ୍କ ସମାଗମ ହେଉଥିବା ଏହି ଭିଡ଼କୁ ମହାକାଶରୁ ମଧ୍ୟ ଦେଖିହେବ ।

ଏହି ପୁଣ୍ୟ ଭୂମିରେ ମନକୁ ଶାନ୍ତି ଦେଉଥିବା ବୁଦ୍ଧଙ୍କ ବିଚାର ରହିଛି, ଯୀଶୁଙ୍କ ପ୍ରାର୍ଥନା ରହିଛି, ୱାହେ ଗୁରୁଙ୍କ ଅରଦାସ ରହିଛି । ରହିମର କ୍ଷୀରି ସାଙ୍ଗକୁ ଏଠାରେ ରହିଛି ରାମଙ୍କ ପ୍ରସାଦ ।

ବିଭିନ୍ନତା ମଧ୍ୟରେ ଏକତାର ଏହାଠୁ ବଡ଼ ଉଦାହରଣ ଆଉ ବିଶ୍ୱରେ କେଉଁଠି ମଧ୍ୟ ନାହିଁ।

ଭାରତର ଟେକ୍ନୋଲୋଜି

ତାସହ ଭାରତରେ ରହିଛି ବିଶ୍ୱର ସବୁଠୁ ବଡ଼ ଷ୍ଟାଚୁ ‘ଷ୍ଟାଚୁ ଅଫ ୟୁନିଟି’, ବିଶ୍ଵର ସବୁଠୁ ବଡ଼ ସ୍କୁଲ, ସବୁଠୁ ଉଚ୍ଚା କ୍ରିକେଟ ଗ୍ରାଉଣ୍ଡ, ଭସମାନ ପୋଷ୍ଟ ଅଫିସ, ଆଣ୍ଟି ଗ୍ରାଭିଟି ହିଲ୍ସ । ବିଶ୍ୱର ସବୁଠୁ ଶସ୍ତା କାର, ଦୁନିଆର ସବୁଠୁ ବଡ଼ ରେଳ ବ୍ରିଜ, ଦୁନିଆର ପ୍ରଥମ ଟ୍ରେନ ହସ୍ପିଟାଲ ।

ମଇକ୍ରୋ ପ୍ରୋସେସର ପେଣ୍ଟିଅମ ଚିପ, ଅପ୍ଟିକ ଫାଇବର, ରେଡ଼ିଓ ଭାଇଓଲାନ୍ସ କମ୍ୟୁନିକେଶନ ଠାରୁ ଆରମ୍ଭ କରି ବିଶ୍ୱର ସବୁଠାରୁ ଛୋଟ ସ୍ୟାଟେଲାଇଟ ଭାରତ ଉତ୍ପନ କରିଛି ।

ତୁଳା ଚାଷ, ହୀର ଖଣି ଠୁ ନେଇ ପାଇନାରୀ କୋର୍ଡ଼ ଓ ରୁଲର ପର୍ଯ୍ୟନ୍ତ ବିଶ୍ୱକୁ ସେହି ଦେଶ ଦେଇଛି ଯେଉଁଠି ଜାତି, ଧର୍ମ, ଭାଷା କଥା ଅଲଗା ଅଲଗା ହୋଇ ମଧ୍ୟ ସମସ୍ତଙ୍କୁ ମିଳେ ସମାନ ସମ୍ମାନ । ପୂର୍ବରୁ ପଶ୍ଚିମ ପର୍ଯ୍ୟନ୍ତ ସମସ୍ତେ ଏକ ହିନ୍ଦୁସ୍ତାନ ।

ବିଶ୍ୱ ସ୍ତରରେ ଭାରତ:

ଏସିଆର ପ୍ରଥମ ଓ ବିଶ୍ୱର ୧୮ତମ ଧନୀ ବ୍ୟକ୍ତି ତାଲିକାରେ ସ୍ଥାନ ପାଇଛନ୍ତି ଭାରତର ବିଜନେସ ଟାଇକୁନ ମୁକେଶ ଅମ୍ବାନୀ । ‘ଦ କିଙ୍ଗ ଅଫ ଷ୍ଟିଲ’ ଲକ୍ଷ୍ମୀନିବାସ ମିତ୍ତଲ, ‘ଜଗୁଆର୍, ଲ୍ୟାଣ୍ଡ ରୋଭର ଓ ଟାଟା ଗ୍ରୁପ’ର ମାଲିକ ରତନ ନବଲ ଟାଟା, ‘ଗୁଗୁଲର ସମେତ ‘ , ମଷ୍ଟର କାର୍ଟ, ମାଇକ୍ରୋସଫ୍ଟ, ପେପ୍ସିକୋ ଭଳି ଆହୁରି ଅନେକ ବଡ଼ବଡ଼ କମ୍ପାନୀର ସିଇଓ ଆମ ଭାରତୀୟ ହିଁ ଅଟନ୍ତି ।

ଦୁନିଆରେ ଯେତେ ସୁନା ରହିଛି ତାର ୧୧ ପ୍ରତିଶତ କେବଳ ଭାରତୀୟ ମହିଳାଙ୍କ ପାଖରେ ରହିଛି ।

ପୁରା ଦୁନିଆରେ ସବୁଠୁ ଅଧିକ ମହିଳା ପାଇଲଟ କେବଳ ଭାରତରେ ରହିଛନ୍ତି । ଦୁନିଆର ସବୁଠୁ ବେଶୀ ମସଲା ଉତ୍ପାଦନ କରୁଥିବା ଦେଶ ଭାରତ ଯାହାର ଝଲକ ଏଠାକାର ଖାଇବାରେ ଦେଖିବାକୁ ମିଳିଥାଏ ।

ଭରତୀୟ ପିଲ୍ମ ଇଣ୍ଡଷ୍ଟ୍ରି

ଭରତୀୟ ପିଲ୍ମ ଇଣ୍ଡଷ୍ଟ୍ରି ପୁରା ଦୁନିଆରେ ସବୁଠୁ ଅଧିକା ଫିଲ୍ମ ନିର୍ମାଣ କରୁଥିବା ପିଲ୍ମ ଇଣ୍ଡଷ୍ଟ୍ରି ଅଟେ । ବିଶ୍ୱର ସବୁଠୁ ଧନୀ କଳାକାର ହେଉଛନ୍ତି ଶାହାରୁଖ ଖାନ ।

 

ଦୁନିଆରେ ସବୁଠୁ ଦ୍ରୁତଗତିରେ ବଢୁଥିବା ଅର୍ଥ ବ୍ୟବସ୍ଥା ଯେଉଁଠି ବିଶ୍ୱର ସବୁଠୁ ଅଧିକ ଯୁବକ ମାନେ ରହୁଛନ୍ତି ।

ଭରତୀୟ ସୈନିକ: 

ଯିଏ ନିଜ ୧ଲକ୍ଷ ପୁରୁଣା ଇତିହାସ ଭିତରେ କେବେ କୌଣସି ଦେଶ ଉପରକୁ ପ୍ରଥମେ ଆକ୍ରମଣ କରି ନାହିଁ ସେ ଦେଶ ହେଉଛି ଭାରତ । ବିଶ୍ୱର ସବୁଠୁ ବଡ଼ ଲୋକତନ୍ତ୍ର ଯେଉଁଠି ଭଗବାନ କେବଳ ସ୍ଵର୍ଗରେ ରହନ୍ତି ନାହିଁ, ହିନ୍ଦୁସ୍ତାନରେ ତାଙ୍କୁ ଯବାନ କୁହାଯାଏ ।

ଯିଏ -୫୩° ସେଲସିୟସର ଥଣ୍ଡାରୁ ନେଇ ୫୨.୪° ଗରମରେ ମଧ୍ୟ ସୀମାରେ ରହି ଦେଶର ରକ୍ଷା କରୁଛନ୍ତି । ଏବଂ ନିଜ ମାତୃଭୂମୀ ପାଇଁ ହସିହସି ପ୍ରାଣ ମଧ୍ୟ ଦେଇ ଦେଉଛନ୍ତି । ସେହି ଯବାନ, ସେହି ସୈନିକ ଅଟେ ଭାରତ ।

ଯେଉଁଠି ଦେଶକୁ ଦେଶ ନୁହେଁ ମାଆ ବୋଲି ସମ୍ବୋଧନ କରାଯାଏ, ଏଭଳି ଅଖଣ୍ଡ ଭାରତର ନାଗରିକ ହୋଇଥିବାରୁ ଆମକୁ ଗର୍ବ କରିବା ଉଚିତ । ଏହି ସବୁ ଆମ ଦେଶକୁ ମହାନ ଦେଶର ପରିଚୟ ଦେଇଛି ।

Leave A Reply

Your email address will not be published.