Latest Odisha News

BREAKING NEWS

ତାମିଲନାଡ଼ୁ ଗ୍ୟାସ୍‌ ଟ୍ରାଜେଡି: ଓଡ଼ିଶା ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି

ଭୁବନେଶ୍ୱର: ତାମିଲନାଡୁର ତିରୁଭଲ୍ଲୁର ଜିଲ୍ଲାର ଏକ ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ କାରଖାନାରେ ଆମୋନିଆ ଗ୍ୟାସ ଲିକ୍ ଦୁର୍ଘଟଣାରେ ଆଉ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ମୋଟ୍ ମୃତକଙ୍କ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି।

ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଥିବା ଆଉ ଜଣେ ଯୁବତୀ ହେଉଛନ୍ତି ଜୁଆଙ୍ଗ ସମ୍ପ୍ରଦାୟର। ଉକ୍ତ ଯୁବତୀ କେନ୍ଦୁଝର ଜିଲ୍ଲାର ଅଞ୍ଜନା ଜୁଆଙ୍ଗ ବୋଲି ଜଣାପଡିଛି। ତେବେ ଆବଶ୍ୟକୀୟ ଆଇନଗତ ଔପଚାରିକତା ସମାପ୍ତ ହେବା ପରେ ମୃତଦେହ ସ୍ଥାନାନ୍ତର କରାଯିବ ବୋଲି ଜଣାପଡିଛି।

ଉଲ୍ଲେଖଯୋଗ୍ୟ, ପେରିଆପାଲାୟମ୍ ନିକଟସ୍ଥ ଏକ ଘରୋଇ ପ୍ରତିଷ୍ଠାନରେ ଜୁନ୍ ୨୧ ତାରିଖରେ ଘଟିଥିବା ଏହି ଘଟଣା ପରେ ଓଡ଼ିଶାରୁ ମୋଟ ୩୨ ଜଣ ପ୍ରବାସୀ ଶ୍ରମିକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ନିକଟରେ ରାଜ୍ୟ ସରକାର ଏବଂ ଶ୍ରମ ବିଭାଗର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୬୨ ଜଣ ଶ୍ରମିକ ଭୁବନେଶ୍ୱର ନିଜ ଘରକୁ ଫେରିଥିଲେ। ଘରମୁହାଁ ହୋଇଥିବା ଏହି ୬୨ ଜଣ ଶ୍ରମିକଙ୍କ ମଧ୍ୟରୁ ସର୍ବାଧିକ ୫୮ ଜଣ କେନ୍ଦୁଝର ଜିଲ୍ଲାର ହୋଇଥିବା ବେଳେ କୋରାପୁଟ, ମୟୂରଭଞ୍ଜ, ରାୟଗଡ଼ା ଓ ଢେଙ୍କାନାଳ ଜିଲ୍ଲାର ଜଣେ ଲେଖାଏଁ ଶ୍ରମିକ ରହିଛନ୍ତି। ଏହି ମର୍ମନ୍ତୁଦ ଗ୍ୟାସ ଲିକ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓଡ଼ିଆ ଶ୍ରମିକଙ୍କ ପାଇଁ ରାଜ୍ୟ ସରକାର ୧୦ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ ନେଇ ଘୋଷଣା କରିଥିଲେ।

Leave A Reply

Your email address will not be published.