Latest Odisha News

BREAKING NEWS

ବୁଲାଣିରେ ଘାଟି ତଳକୁ ଖସିପଡ଼ିଲା ବସ୍; ଜଣ ମୃତ, ଏକାଧିକ ଆହତ

ବୌଦ୍ଧ: ବୌଦ୍ଧ-କନ୍ଧମାଳ ସୀମାନ୍ତ ରାଣୀପଥର ଘାଟିରେ ଏକ ବରଯାତ୍ରୀ ବସ ଦୁର୍ଘଟଣାଗ୍ରସ୍ତ । ଭାରସାମ୍ୟ ହରାଇ ବୁଲାଣିରେ ଘାଟି ତଳକୁ ଖସିପଡ଼ିଛି ବସ୍। ଏଥିରେ ଜଣକର ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଉର୍ଦ୍ଧ୍ବ ଗୁରୁତର ଆହତ ହୋଇଛନ୍ତି।

ତେବେ ମୃତକଙ୍କ ପରିଚୟ ମିଳିପାରିନଥିବା ବେଳେ ଆହତ ଓ ଗୁରୁତରଙ୍କୁ ଉଦ୍ଧାର କରି ପୁରୁଣାକଟକ ହସ୍ପିଟାଲରେ ଭର୍ତ୍ତି କରିଛି ଅଗ୍ନିଶମ ବାହିନୀ।

ସୂଚନାନୁସାରେ, ବୌଦ୍ଧ ଜିଲ୍ଲା ପୁରୁଣାକଟକରୁ ବରଯାତ୍ରୀଙ୍କୁ ନେଇ କାହ୍ନା ନାମକ ଏକ ଘରୋଇ ବସ୍ କନ୍ଧମାଳ ଜିଲ୍ଲା ଦଡ଼କି ଅଞ୍ଚଳକୁ ଯାଇଥିଲା। ସେଠାରୁ ଫେରିବା ବେଳେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବସରେ ପ୍ରାୟ ୫୦ ଜଣ ଯାତ୍ରୀ ଥିଲେ। ତେବେ ଖବର ପାଇ ଘଟଣାସ୍ଥଳରେ ସୁଡ଼ୁରୁକୁମ୍ପା ପୋଲିସ ଏବଂ ପୁରୁଣା କଟକ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

 

Leave A Reply

Your email address will not be published.