Latest Odisha News

BREAKING NEWS

ବିଶ୍ୱ ସ୍ତରୀୟ ରେକର୍ଡ ସୃଷ୍ଟି କଲା ଅଜୟ ଦେବଗନଙ୍କ ‘ତାନାଜୀ’

ନୂଆଦିଲ୍ଲୀ: ଅଜୟ ଦେବଗନ, କାଜୋଲ, ସୈଫ ଅଲି ଖାନଙ୍କ ଅଭିନୀତ ଫିଲ୍ମ ‘ତାନାଜୀ: ଦ ଅନସଙ୍ଗ ୱାରିୟର’ ବକ୍ସ ଅଫିସର ୪ର୍ଥ ସପ୍ତାହରେ ଧମାଲ କରୁଛି । ବକ୍ସ ଅଫିସ ଇଣ୍ଡିଆର ୱେବସାଇଟ ଅନୁସାରେ ବିଶ୍ୱ ସ୍ତରରେ ସବୁଠାରୁ ଅଧିକ ଆୟ କରି ‘ତାନାଜୀ’ ବଲିଉଡର ଚତୁର୍ଥ ବଡ ଫିଲ୍ମ ହୋଇପାରିଛି । ବକ୍ସ ଅଫିସ ଇଣ୍ଡିଆର ୱେବସାଇଟ ମୁତାବକ, ଏହି ଫିଲ୍ମ ବିଶ୍ୱ ସ୍ତରରେ ପାଖାପାଖି ୩୨୪ କୋଟି ଟଙ୍କା ଆୟ କରିଛି । ‘ତାନାଜୀ’ ପୂର୍ବରୁ ‘ୱାର’ ୪୪୨ କୋଟି ଓ ‘କବୀର ସିଂହ’ ୩୭୨କୋଟି ଟଙ୍କା ବିଶ୍ୱ ସ୍ତରରେ ଆୟ କରିଛନ୍ତି ।

‘ତାନାଜୀ’ ୨୭ତମ ଦିନରେ ମଧ୍ୟ ଧମାକାଦାର ପ୍ରଦର୍ଶନ ଜାରି ରଖିଛି । ଫିଲ୍ମଟି ବୁଧବାର ଦିନ ୨ରୁ ୩ କୋଟି ଟଙ୍କା ଆୟ କରିଥିବାବେଳେ କେବଳ ମୁମ୍ବାଇରେ ହିଁ ୧୩୦ କୋଟିର ଆୟ କରିଛି ।

‘ତାନାଜୀ’ ଫିଲ୍ମକୁ ସମୀକ୍ଷକଙ୍କ ଠାରୁ ମଧ୍ୟମ ଧରଣର ପ୍ରତିକ୍ରିୟା ମିଳିଥିଲା । ଏହା ସତ୍ୱେ ଫିଲ୍ମ ବକ୍ସ ଅଫିସରେ ଜବରଦସ୍ତ ପ୍ରଦର୍ଶନ ଜାରି ରଖିଛି । ଫିଲ୍ମରେ ଅଜୟ ଦେବଗନ ଓ କାଜୋଲ ମୁଖ୍ୟ ଭୂମିକାରେ ନଜର ଆସୁଛନ୍ତି ।

Leave A Reply

Your email address will not be published.