Latest Odisha News

BREAKING NEWS

ରାଜ୍ୟରେ ବଢ଼ିଲା ଇଭି ପଲିସିର ଅବଧି, ୨୦୨୬ ସେପ୍ଟେମ୍ବର ପର୍ଯ୍ୟନ୍ତ ମିଳିବ ଗାଡ଼ି କିଣାରେ..

ଭୁବନେଶ୍ୱର: ରାଜ୍ୟରେ ବଢ଼ିଲା ଇଭି ପଲିସିର ଅବଧି । ୨୦୨୬ ସେପ୍ଟେମ୍ବର ପର୍ଯ୍ୟନ୍ତ ମିଳିବ ଗାଡ଼ି କିଣାରେ ସବସିଡି ଓ ଆର୍ଥିକ ରିହାତି । ରାଜ୍ୟରେ ବିଦ୍ୟୁତ୍ ଯାନ (ଇଭି) ବ୍ୟବହାରକୁ ପ୍ରୋତ୍ସାହିତ କରିବା ଏବଂ ପରିବେଶ ଅନୁକୂଳ ପରିବହନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଦିଗରେ ଓଡ଼ିଶା ସରକାର ‘ଓଡ଼ିଶା ଇଲେକ୍ଟ୍ରିକ୍ ଭେହିକିଲ୍ ପଲିସି- ୨୦୨୧ର ଅବଧି ଆସନ୍ତା ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ।

ତେବେ ଅବଧି ବୃଦ୍ଧି ହେବା ଦ୍ୱାରା ଇଲେକ୍ଟ୍ରିକ୍‌ ଯାନ କ୍ରୟ କରୁଥିବା ହିତାଧିକାରୀମାନେ ପୂର୍ବଭଳି ସରକାରୀ ସବ୍‌ସିଡି ଏବଂ ଅନ୍ୟାନ୍ୟ ସୁବିଧା ପାଇବେ । ଏଥିସହ ପଞ୍ଜୀକରଣ ଓ ସଡ଼କ ଟିକସ ଛାଡ଼ ମିଳିବ । ୨୦୨୧ରେ ଆରମ୍ଭ ହୋଇଥିବା ଏହି ପଲିସି ରାଜ୍ୟରେ ଇଭି କ୍ରୟ କରିବାକୁ ଚାହୁଁଥିବା ଗ୍ରାହକ ଏବଂ ଉତ୍ପାଦନକାରୀ ସଂସ୍ଥାମାନଙ୍କ ପାଇଁ ବେଶ୍ ଲାଭଦାୟକ ହୋଇଆସିଛି ।

Leave A Reply

Your email address will not be published.