Latest Odisha News

BREAKING NEWS

ତୃତୀୟ ଦିନରେ ଡାକ୍ତରଙ୍କ ଧର୍ମଘଟ, କାର୍ଯ୍ୟରେ ଯୋଗ ନଦେଲେ ଦରମା କାଟିବାକୁ ସରକାରଙ୍କ ଚେତାବନୀ

ଭୁବନେଶ୍ୱର: ଓଡ଼ିଶା ମେଡିକାଲ୍ ସର୍ଭିସେସ୍ ଆସୋସିଏସନ୍ (OMSA) ଅଧୀନରେ ସରକାରୀ ଡାକ୍ତରମାନଙ୍କ ଅନିର୍ଦ୍ଦିଷ୍ଟ କାଳ ପାଇଁ ରାଜ୍ୟବ୍ୟାପୀ ଆନ୍ଦୋଳନ ଶୁକ୍ରବାର ତୃତୀୟ ଦିନରେ ପହଞ୍ଚିଛି, ଯାହା ଫଳରେ ସାରା ଓଡ଼ିଶାରେ ସ୍ୱାସ୍ଥ୍ୟସେବା ଗୁରୁତର ଭାବରେ ବ୍ୟାହତ ହୋଇଛି। ଏହି ଆନ୍ଦୋଳନରତ ଡାକ୍ତରଙ୍କ ବିରୋଧରେ ରାଜ୍ୟ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଆନ୍ଦୋଳନରେ ସାମିଲ ଥିବା ଡାକ୍ତରଙ୍କ ଦରମା କଟାଯିବ। ଏହାସହ ଠିକାରେ ଥିବା ଯେଉଁ ସ୍ବାସ୍ଥ୍ୟ କର୍ମଚାରୀମାନେ ଆନ୍ଦୋଳନରେ ସାମିଲ ହୋଇଛନ୍ତି ସେମାନଙ୍କୁ ବରଖାସ୍ତ କରାଯିବ।

ନୋଟିସ୍ ଦିଆଯିବା ପରେ ଏହି ଠିକା ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ବରଖାସ୍ତ କରାଯିବ ବୋଲି ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି। ଏନେଇ ସବୁ ମେଡିକାଲ କଲେଜର କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ। ରାଜ୍ୟ ସରକାରଙ୍କ ଅନୁରୋଧ ସତ୍ତ୍ବେ ଜାରି ରହିଛି ରାଜ୍ୟରେ ଡାକ୍ତର ଆନ୍ଦୋଳନ। ସାରା ରାଜ୍ୟରେ କାର୍ଯ୍ୟବନ୍ଦ କରିଛନ୍ତି ଓମ୍‌ସା ଡାକ୍ତର । ୧୦ ଦଫା ଦାବି ନେଇ ଡାକ୍ତରମାନେ କାମ ବନ୍ଦ କରିଛନ୍ତି । ଉପକୂଳରୁ ଉପାନ୍ତ ସବୁଠି ସମାନ ଅବସ୍ଥା। କଟକ, ଭୁବନେଶ୍ବର ସମେତ, ବାଲେଶ୍ବର, ମୟୂରଭଞ୍ଜ, କୋରାପୁଟ, କନ୍ଧମାଳ ସବୁଠି ଡାକ୍ତର ଆନ୍ଦୋଳନ ପାଇଁ ପ୍ରଭାବିତ ହୋଇଛି ରୋଗୀ ସେବା । ଏବେ ରାଜ୍ୟ ସରକାର ଆନ୍ଦୋଳନରତ ଡାକ୍ତରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.