Latest Odisha News

BREAKING NEWS

ନୀତିନ ନବୀନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଦିଲ୍ଲୀରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏନେଇ ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆ ଏକ୍ସରେ ସୂଚନା ଦେଇଛନ୍ତି । ଓଡ଼ିଶାର ପ୍ରଗତି, ସାଂଗଠନିକ ସୁଦୃଢ଼ୀକରଣ ଓ ଆଗାମୀ କାର୍ଯ୍ୟପନ୍ଥା ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ‘ସମୃଦ୍ଧ ଓଡ଼ିଶା’ ଓ ‘ବିକଶିତ ଭାରତ’ ସଂକଳ୍ପ ସାକାର ଲକ୍ଷ୍ୟ ରଖାଯାଇଥିବା ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି।

ଗୁରୁବାର ରାତିରେ ସାକ୍ଷାତ କରି ଆଜି ଓଡ଼ିଶା ଫେରି ଆସିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ତେବେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ନେଇ ରାଜ୍ୟରେ ଚର୍ଚ୍ଚା ହେବା ସହିତ ଦିଲ୍ଲୀରେ ଘନ ଘନ ବୈଠକ ବସୁଛି । ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ ଚର୍ଚ୍ଚାକୁ ଦ୍ବିଗୁଣିତ କରିଥିଲା । କିନ୍ତୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏନେଇ କୌଣସି ଘୋଷଣା କରିନାହାନ୍ତି ।

ନୂଆଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଓଡ଼ିଶା ବିଜେପି ସଭାପତି ମନମୋହନ ସାମଲ ବିଜେପି ରାଷ୍ଟ୍ରୀୟ ସଭାପତି ନୀତିନ ନବୀନଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବା ପରେ ଓଡ଼ିଶାରେ ରାଜନୈତିକ କାର୍ଯ୍ୟକଳାପ ଜୋର ଧରିଛି। ଏହି ଉଚ୍ଚସ୍ତରୀୟ ବୈଠକ ଦ୍ୱାରା ଆଗାମୀ ଦିନରେ ଓଡ଼ିଶା ମନ୍ତ୍ରୀ ପରିଷଦର ବହୁ ପ୍ରତୀକ୍ଷିତ ବିସ୍ତାର ଏବଂ ପୁନର୍ଗଠନ ହୋଇପାରେ ବୋଲି କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ଛଅଟି ମନ୍ତ୍ରୀପଦ ଖାଲି ଅଛି, ଏବଂ ଏହି ଖାଲି ପଦବୀଗୁଡ଼ିକ ଖୁବ୍ ଶୀଘ୍ର ପୂରଣ ହେବ ବୋଲି ଆଶା କରାଯାଉଛି।

Leave A Reply

Your email address will not be published.