ନୂଆଦିଲ୍ଲୀ: ଇନ୍ଦୋର ବ୍ୟବସାୟୀ ରାଜା ରଘୁବଂଶୀ ହତ୍ୟା ମାମଲାର ଅଭିଯୁକ୍ତ ସୋନମ ରଘୁବଂଶୀଙ୍କୁ ପ୍ରଦାନ ଜାମିନ ଉପରେ ସୁପ୍ରିମକୋର୍ଟ ସ୍ଥଗିତାଦେଶ ଦେବାକୁ ମନା କରିଦେଇଛନ୍ତି।
କୋର୍ଟ ଉଲ୍ଲେଖ କରିଛନ୍ତି ଯେ ସୋନମ ପୂର୍ବରୁ ଜାମିନରେ ମୁକ୍ତ ହୋଇସାରିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୯ରେ ହେବ।
ଇନ୍ଦୋର ରାଜା ରଘୁବଂଶୀ ହତ୍ୟା ମାମଲାରେ ଅଭିଯୁକ୍ତଙ୍କ ପତ୍ନୀ ସୋନମ ରଘୁବଂଶୀଙ୍କୁ ମେଘାଳୟ ହାଇକୋର୍ଟ ଦେଇଥିବା ଜାମିନ ଉପରେ ସୁପ୍ରିମକୋର୍ଟ ସ୍ଥଗିତାଦେଶ ଦେବାକୁ ମନା କରିଦେଇଛନ୍ତି। ବିଚାରପତି ଏମ୍.ଏମ୍. ସୁନ୍ଦରେଶ ଏବଂ ଶୀଳ ନାଗୁଙ୍କ ଖଣ୍ଡପୀଠ କହିଛନ୍ତି ଯେ ମାମଲାର ତଥ୍ୟ ଏବଂ ପରିସ୍ଥିତି ହାଇକୋର୍ଟଙ୍କ ଆଦେଶ ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛି, ଯାହା ଉପରେ ଅଧିକ ବିଚାର କରିବା ଆବଶ୍ୟକ।
ଶୁଣାଣି ସମୟରେ ସଲିସିଟର ଜେନେରାଲ ତୁଷାର ମେହେଟା କୋର୍ଟଙ୍କୁ ଅବଗତ କରାଇଥିଲେ ଯେ ସୋନମଙ୍କ ବିରୋଧରେ ଅଭିଯୋଗ ଅତ୍ୟନ୍ତ ଗମ୍ଭୀର। ପୂର୍ବରୁ ତାଙ୍କର ଜାମିନ ଆବେଦନ ଖାରଜ କରାଯାଇଛି ଏବଂ ଏହି ମାମଲା ତାଙ୍କ ଗିରଫଦାରୀ ସମୟରେ କେବଳ ଏକ ବୈଷୟିକ କିମ୍ବା କ୍ଲର୍କାଲ୍ ତ୍ରୁଟି ନୁହେଁ। ଏପଟେ ମେଘାଳୟ ସରକାର ଯୁକ୍ତି ରଖିଛନ୍ତି ଯେ ସୋନମ ବାହାରେ ରହିଲେ ସେ ଫେରାର ହେବାର ଆଶଙ୍କା ରହିଛି।
ଇନ୍ଦୋରର ବ୍ୟବସାୟୀ ରାଜା ରଘୁବଂଶୀଙ୍କ ହତ୍ୟା ମାମଲାରେ ସୋନମ ରଘୁବଂଶୀଙ୍କୁ ଦିଆଯାଇଥିବା ଜାମିନକୁ ବଜାୟ ରଖିବା ପାଇଁ ମେଘାଳୟ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ମେଘାଳୟ ସରକାର ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ।