Latest Odisha News

BREAKING NEWS

ଅଷ୍ଟ୍ରେଲିଆ-ଇଂଲଣ୍ଡ ମଧ୍ୟରେ ଖେଳାଯିବ ମହିଳା ଟି୨୦ ବିଶ୍ୱକପ କ୍ରିକେଟ ଫାଇନାଲ

ନୂଆଦିଲ୍ଲୀ: ଚଳିତ ମହିଳା ଟି୨୦ ବିଶ୍ୱକପ କ୍ରିକେଟର ଫାଇନାଲ ମ୍ୟାଚ ଦୁଇ ଶକ୍ତିଶାଳୀ ଟିମ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବ । ଜୁଲାଇ ୫ରେ ଲର୍ଡସ ଗ୍ରାଉଣ୍ଡରେ ଟାଇଟଲ ମୁକାବିଲା ଖେଳାଯିବ । ପ୍ରଥମ ସେମିଫାଇନାଲରେ ୬ ଥର ଚାମ୍ପିୟନ ଅଷ୍ଟ୍ରେଲିଆ ଟିମ ୱେଷ୍ଟଇଣ୍ଡିଜକୁ ହରାଇଥିବା ବେଳେ ଦ୍ୱିତୀୟରେ ଇଂଲଣ୍ଡ ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକା ଟିମକୁ ପରାସ୍ତ କରିଥିଲା । ଏଥର ଆଇସିସି ପୁରସ୍କାର ରାଶି ଅପେକ୍ଷାକୃତ ବୃଦ୍ଧି କରିଛି । ଚାମ୍ପିୟନ ଟିମକୁ ୨୨ କୋଟି ଓ ରନର୍ସଅପ ଦଳକୁ ୧୧ କୋଟି ଟଙ୍କାର ପୁରସ୍କାର ରାଶି ମିଳିବ ।

ଦୁଇ ଟିମର କ୍ୟାପଟେନ ଫାଇନାଲ ମ୍ୟାଚର ଅଧ ଘଂଟା ପୂର୍ବରୁ ପଡିଆକୁ ଓହ୍ଲାଇବେ । ଇଂଲଣ୍ଡ ଘରୋଇ ପିଚରେ ୮ଥର ଫାଇନାଲରେ ପ୍ରବେଶ କରିଥିବା ଟିମକୁ ଭେଟୁଥିବାରୁ ମୁକାବିଲା ରୋମାଂଚକ ହେବ ବୋଲି ଆଶା କରାଯାଉଛି । ଇଂଲଣ୍ଡ ୫ମ ଥର ପାଇଁ ଫାଇନାଲ ମ୍ୟାଚ ଖେଳିବ । ଇଂଲଣ୍ଡ ୨୦୦୯ରେ ଟାଇଟଲ ହାସଲ କରିଥିବା ବେଳେ ୨୦୧୨, ୨୦୧୪ ଓ ୨୦୧୮ରେ ରନର୍ସଅପ ହୋଇଛି ।

Leave A Reply

Your email address will not be published.