Latest Odisha News

BREAKING NEWS

ସ୍ବାସ୍ଥ୍ୟମନ୍ତ୍ରୀ ସହ ବୈଠକ ପରେ ଡାକ୍ତରଙ୍କ ଆନ୍ଦୋଳନ ସ୍ଥଗିତ; ଆଜିଠୁ କାମରେ ଯୋଗ ଦେବେ

ଭୁବନେଶ୍ବର: ସ୍ଥଗିତ ରହିଲା ଓଡ଼ିଶା ମେଡିକାଲ୍ ସର୍ଭିସେସ୍ ଆସୋସିଏସନ୍ (ଓମସା) ପକ୍ଷରୁ ଚାଲିଥିବା ଆନ୍ଦୋଳନ । ଏବେ ରାଜ୍ୟରେ ସ୍ୱାଭାବିକ ହେବ ସ୍ୱାସ୍ଥ୍ୟ ସେବା । ରାଜ୍ୟ ସରକାରଙ୍କ ସହ ସଫଳ ଆଲୋଚନା ଏବଂ ମିଳିଥିବା ପ୍ରତିଶ୍ରୁତି ପରେ ଓମସା ଏହି ନିଷ୍ପତ୍ତି ନେଇଛି ।

ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସହ ଓମସା ପ୍ରତିନିଧିଙ୍କ ଉଚ୍ଚସ୍ତରୀୟ ବୈଠକ ଦୀର୍ଘ ସମୟ ଧରି ଚାଲିଥିଲା । ବୈଠକରେ ଉଭୟ ପକ୍ଷ ମଧ୍ୟରେ ବିଭିନ୍ନ ଦାବି ଉପରେ ବିସ୍ତୃତ ଆଲୋଚନା ହୋଇଥିଲା । ଡାକ୍ତରମାନଙ୍କର ଦୀର୍ଘଦିନର ଦାବିଗୁଡ଼ିକର ସମାଧାନ ପାଇଁ ସରକାର ଏକ ‘ସଚିବ ସ୍ତରୀୟ କମିଟି’ ଗଠନ କରିବେ ବୋଲି ଆଶ୍ୱାସନା ଦେଇଛନ୍ତି । ଏହି ନିଷ୍ପତ୍ତି ପରେ ରାଜ୍ୟର ସରକାରୀ ହସ୍ପିଟାଲଗୁଡ଼ିକରେ ଓପିଡି, ଆଇପିଡି ଏବଂ ଅନ୍ୟାନ୍ୟ ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ସ୍ୱାଭାବିକ ହେବାକୁ ଯାଉଛି ।

ଏହାସହ ଆସନ୍ତା ଜୁଲାଇ ୨୨ରେ ପୁଣି ଏକ ବୈଠକ ଅନୁଷ୍ଠିତ ହେବ, ଯେଉଁଥିରେ ଦାବିଗୁଡ଼ିକର ଅଗ୍ରଗତି ସମୀକ୍ଷା କରାଯିବ ।

ସରକାରଙ୍କ ଆଶ୍ୱାସନକୁ ଦୃଷ୍ଟିରେ ରଖି ଓମସା ପକ୍ଷରୁ ଆନ୍ଦୋଳନକୁ ସ୍ଥଗିତ ରଖିବା ସହ ଡାକ୍ତରମାନେ ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ ସହମତି ପ୍ରକାଶ କରିଛନ୍ତି । ଆଜିଠାରୁ କାର୍ଯ୍ୟରେ ଯୋଗ ଦେବୁ ଏବଂ ଆଲୋଚନା ସଫଳ ହୋଇଛି ବୋଲି ସଙ୍ଘ କହିଛି । ଯାହା ଓଡ଼ିଶାର ଲକ୍ଷ ଲକ୍ଷ ରୋଗୀ ଓ ପରିବାର ପାଇଁ ବଡ଼ ଆଶ୍ୱସ୍ତି ଆଣିଦେଇଛି ।

Leave A Reply

Your email address will not be published.