Latest Odisha News

BREAKING NEWS

Rath Yatra: ରଥଯାତ୍ରାରେ ମାର୍କେଟ ଛକରୁ ଶରଧାବାଲି ଭିତରେ ରନ୍ଧା ଓ ଶୁଖିଲା ଦିଆଯିବ

ପୁରୀ:ପୁଣି ବଦଳିଲା ନିଷ୍ପତ୍ତି । ପ୍ରଶାସନ ନିଷ୍ପତ୍ତି ନେଇଛି ରଥଯାତ୍ରାରେ ବଡ଼ଦାଣ୍ଡ ମାର୍କେଟ ଛକରୁ ଶରଧାବାଲି ଭିତରେ ରନ୍ଧା ଓ ଶୁଖିଲା ଖାଦ୍ୟ ବଣ୍ଟାଯିବ । ଆଗ୍ରହୀ ସଂସ୍ଥା ଓ ବ୍ୟକ୍ତିବିଶେଷ ପ୍ରାଶାସନଙ୍କ ଠାରୁ ଅନୁମତି ନେଇ ମାର୍କେଟ ଛକଠାରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ ସ୍ଥିରିକୃତ ସ୍ଥାନରେ ରନ୍ଧା ଓ ଶୁଖିଲା ଖାଦ୍ୟ ବଣ୍ଟନ କରିପାରିବେ ।

କିନ୍ତୁ ଶ୍ରୀମନ୍ଦିରଠାରୁ ମାର୍କେଟ ଛକ ପର୍ଯ୍ୟନ୍ତ ବଡ଼ଦାଣ୍ଡରେ କୌଣସି ରନ୍ଧା ଖାଦ୍ୟ ବାଣ୍ଟି ପାରିବେ ନାହିଁ । ସେଠାରେ କେବଳ ଶୁଖିଲା ଖାଦ୍ୟ ବଣ୍ଟନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ଏହି ନିଷ୍ପତ୍ତି ଫଳରେ ଭକ୍ତମାନେ ବିଶେଷ ଉପକୃତ ହୋଇପାରିବେ ବୋଲି ମହାନଗର ନିଗମ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

Leave A Reply

Your email address will not be published.