ଧାମନଗର:ଗତ ୪ ଦିନର ଲଦିନର ଲଗାଣ ବର୍ଷା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଜଳମଗ୍ନ ପରିସ୍ଥିତି ଦେଖାଯାଇଛି । ଏପଟେ ଆଜି ଭଦ୍ରକ ଜିଲ୍ଲା ଧାମନଗର ଜଳସମ୍ପଦ ବିଭାଗ ଅଧୀନ ଦଳାଙ୍ଗ ପଞ୍ଚାୟତର ରାମେଶ୍ଵରପୁର ମଳିକସାହି ନିକଟ ଗେଙ୍ଗୁଟି ନଦୀର ଦକ୍ଷିଣ ପାର୍ଶ୍ଵ ବନ୍ଧ ଧସିଯାଇଛି।ବନ୍ଧରେ ପ୍ରାୟ ୫୦ ଫୁଟ ଲମ୍ବର ଫାଟ ସୃଷ୍ଟି ହେବା ସହ କିଛି ଅଂଶ ନଦୀଗର୍ଭକୁ ଧସିଯାଇଛି । ଏହି ଘଟଣା ପରେ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟ ଓ ଅସନ୍ତୋଷ ଦେଖାଦେଇଛି। ସୂଚନାଥାଉକି, ଗତ ୧୦ ବର୍ଷ ମଧ୍ୟରେ ଏହି ସ୍ଥାନରେ ୧୫ରୁ ଅଧିକ ଥର ବନ୍ଧ ଧସିଲାଣି ।
ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ହେଉଛି, ଏହି ସ୍ଥାନରେ ବାରମ୍ବାର ବନ୍ଧ ଧସୁଥିବା ସତ୍ତ୍ୱେ ମରାମତି କାମର ସ୍ଥାୟୀ ସମାଧାନ ହେଉନାହିଁ। ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ହେଉଥିବା ସତ୍ତ୍ୱେ କାମର ଗୁଣବତ୍ତାକୁ ନେଇ ସେମାନେ ପ୍ରଶ୍ନ ଉଠାଇଛନ୍ତି।
ବାରମ୍ବାର ବନ୍ଧ ଧସୁଥିବାରୁ ଏହାକୁ ନଜରରେ ରଖି ଜଳସମ୍ପଦ ବିଭାଗ ପକ୍ଷରୁ ଚଳିତ ବର୍ଷ ବନ୍ଧ ସୁରକ୍ଷା ପାଇଁ ନଦୀ ଭିତର ପାର୍ଶ୍ଵରେ କଂକ୍ରିଟ ୱାଲ ନିର୍ମାଣ ଓ ପଥର ପ୍ୟାକିଂ କାମ ଆରମ୍ଭ କରାଯାଇଥିଲା। ତେବେ ମାତ୍ର ପ୍ରାୟ ଦୁଇ ଫୁଟ ଉଚ୍ଚତାର କଂକ୍ରିଟ ୱାଲ ନିର୍ମାଣ ସହ ଅଳ୍ପ ପରିମାଣର ପଥର ବିଛାଯାଇଥିବାରୁ ବନ୍ଧର ଚାପ ସମ୍ଭାଳି ପାରୁନଥିବା ଅଭିଯୋଗ ହୋଇଛି।