ଭୁବନେଶ୍ବର: ଆଗାମୀ କିଛି ଦିନ ମଧ୍ୟରେ ଭାରତର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗ (ଆଇଡି) ମହାରାଷ୍ଟ୍ର, ଓଡ଼ିଶା, ଝାଡ଼ଖଣ୍ଡ, ହିମାଚଳ ପ୍ରଦେଶ ଏବଂ ଉତ୍ତର-ପୂର୍ବର କିଛି ଅଂଶ ପାଇଁ ପାଣିପାଗ ସତର୍କତା ଜାରି କରିଛି।
ଆଇଏମଡି ସୂଚନା ଅନୁଯାୟୀ, ବଙ୍ଗୋପସାଗରରେ ସୃଷ୍ଟ ଅବପାତ ବର୍ତ୍ତମାନ ଦକ୍ଷିଣ ଝାଡଖଣ୍ଡ ଓ ଉତ୍ତର ଆଭ୍ୟନ୍ତରୀଣ ଓଡିଶା ପାର୍ଶ୍ବବର୍ତ୍ତୀ ଅଂଚଳରେ ସକ୍ରିୟ ରହିଛି। ଏହାର ପ୍ରଭାବରେ ରାଜ୍ୟରେ ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ କିଛି କିଛି ଅଂଚଳରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ମଙ୍ଗଳବାର ସାରା ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିବ ବୋଲି ସତର୍କ ସୂଚନା ଦେଇଛି।
ସେହିପରି ପ୍ରତିକୂଳ ପାଣିପାଗ ପରିସ୍ଥିତି ଯୋଗୁଁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି।