ନୂଆଦିଲ୍ଲୀ: ସଞ୍ଜୁ ସାମସନଙ୍କୁ ଜିମ୍ବାୱେ ବିପକ୍ଷ ସିରିଜରୁ ବାଦ ଦେବାକୁ ଅନେକ ପୂର୍ବତନ କ୍ରିକେଟର ପସନ୍ଦ କରି ନାହାନ୍ତି । ସଞ୍ଜୁଙ୍କ ଚମତ୍କାର ପ୍ରଦର୍ଶନ ଯୋଗୁ ଭାରତ ଟି୨୦ ବିଶ୍ୱକପ ୨୦୨୬ରେ ଚାମ୍ପିୟନ ହୋଇଥିଲା । ସେ ମ୍ୟାନ ଅଫ ଦି ଟୁର୍ଣ୍ଣାମେଂଟ ହୋଇଥିଲେ । ସାମସନଙ୍କୁ ବାଦ ଦେବା ପରେ ପୂର୍ବତନ କ୍ରିକେଟର ସଦାଗୋପନ ରମେଶ ଏକ ଚାଚଲ୍ୟକର ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, ସଞ୍ଜୁଙ୍କ ଯୋଗୁ ଚୟନ କମିଟି ମୂଖ୍ୟ ଅଜିତ ଅଗରକରଙ୍କ କାର୍ଯ୍ୟକାଳ ବୃଦ୍ଧି ପାଇଛି । ସାମସନ ଯଦି ଭାରତକୁ ବିଶ୍ୱକପ ଜିତାଇ ନ ଥାନ୍ତେ ତେବେ ଅଗରକର ତାଙ୍କ ପଦ ହରାଇବା ଏକପ୍ରକାର ନିଶ୍ଚିତ ହୋଇ ଯାଇଥାନ୍ତା ।
ବିଶ୍ୱକପ ଜିତାଇଥିବା ଖେଳାଳିଙ୍କୁ ୩ଟି ମ୍ୟାଚ ପରେ ଡ୍ରପ କରିବା ଆଦୌ ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି । ସଞ୍ଜୁ ସର୍ବଦା ଟିମ ପାଇଁ ଖେଳିଥାନ୍ତିି । ବିଶ୍ୱକପରେ ୩ ଥର ତାଙ୍କ ନିକଟରେ ଶତକ ହାସଲ କରିବା ସୁଯୋଗ ଥିଲେ ମଧ୍ୟ ସେ ଏଥିପ୍ରତି ଗୁରୁତ୍ୱ ଦେଇ ନ ଥିଲେ । ମାତ୍ର ୩ଟି ମ୍ୟାଚ ଖରାପ ଖେଳିବା ପରେ ଏ ଭଳି ପଦକ୍ଷେପ ଖେଳାଳିଙ୍କ ମନୋବଳ ହ୍ରାସ ପାଇବା । ଯେଉଁମାନେ ଆମ ପାଇଁ ଗୌରବ ଆଣୁଛନ୍ତି ସେମାନଙ୍କୁ ଉପଯୁକ୍ତ ସମ୍ମାନ ମିଳିବା କଥା ।