Latest Odisha News

BREAKING NEWS

Ranveer-Arjun Reunion: ୧୨ ବର୍ଷ ପରେ ପୁଣି ଜୀବନ୍ତ ହେଲା ‘ଗୁଣ୍ଡେ’ ମ୍ୟାଜିକ୍, ଅଂଶୁଲାଙ୍କ ରିସେପ୍ସନରେ ରଣବୀର-ଅର୍ଜୁନଙ୍କ ଡାନ୍ସରେ ଝୁମିଲା ଡାନ୍ସ ଫ୍ଲୋର୍

ମୁମ୍ବାଇ: ବଲିଉଡ ଏବେ ଆଉ ଏକ ବିବାହ ଉତ୍ସବରେ ମଜିଛି । କପୂର ଫ୍ୟାମିଲିର ଆଉ ଜଣେ ଲାଡଲି ହାତକୁ ଦୁଇ ହାତ ହୋଇଛନ୍ତି । ଫିଲ୍ମ ମେକର ବୋନି କପୂରଙ୍କ ଝିଅ ତଥା ଅଭିନେତା ଅର୍ଜୁନ୍ କପୂରଙ୍କ ଭଉଣୀ ଅଂଶୁଲା କପୁର ଓ ରୋହନ ଠକ୍କର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଦୁହିଁଙ୍କ ବିବାହ ରିସେପ୍ସନ କେବଳ ଏକ ଗ୍ଲାମରସ୍ ପାର୍ଟିରେ ସୀମିତ ରହିନଥିଲା, ବରଂ ବଲିଉଡ୍ ପ୍ରେମୀଙ୍କ ପାଇଁ ନେଇଆସିଥିଲା ଏକ ସୁନ୍ଦର ନଷ୍ଟାଲଜିଆର ମୁହୂର୍ତ୍ତ। ଡାନ୍ସ ଫ୍ଲୋରରେ ରଣବୀର ସିଂହ ଓ ଅର୍ଜୁନ କପୁରଙ୍କ ଏଣ୍ଟ୍ରି ଦେଖି ସମସ୍ତଙ୍କ ମନକୁ ଫେରି ଆସିଥିଲା ୨୦୧୪ର ସୁପରହିଟ୍ ଫିଲ୍ମ ‘ଗୁଣ୍ଡେ’।

ଦୁହେଁ ନିଜ ଫିଲ୍ମର ଲୋକପ୍ରିୟ ଗୀତ ‘ତୁନେ ମାରି ଏଣ୍ଟ୍ରିୟାଁ’ରେ ସେହି ପୁରୁଣା ଉର୍ଜା ଓ ଷ୍ଟେପ୍‌ସ ସହ ନାଚି ପାର୍ଟିର ମାହୋଲକୁ ସରଗରମ କରିଦେଇଥିଲେ। ପ୍ରାୟ ଦଶ ବର୍ଷରୁ ଅଧିକ ସମୟ ପରେ ଏହି ଯୋଡ଼ିକୁ ଏକାଠି ସେହି ଗୀତରେ ଝୁମୁଥିବାର ଦେଖି ଅତିଥିମାନେ ଜୋରଦାର ଉତ୍ସାହ ପ୍ରକାଶ କରିଥିଲେ।

ସୋସିଆଲ ମିଡିଆରେ ମଧ୍ୟ ଭିଡିଓଟି ଖୁବ୍ ଭାଇରାଲ୍ ହୋଇଥିବା ବେଳେ ଭିଡିଓରେ ରଣବୀର ଓ ଅର୍ଜୁନଙ୍କ ମସ୍ତି, ହସଖୁସି ଓ ଗଭୀର ବନ୍ଧୁତ୍ୱର ଝଲକ ସ୍ପଷ୍ଟ ଦେଖିବାକୁ ମିଳିଛି। ଆଉ ଏକ ଭିଡିଓରେ ଦୁହେଁ ପରସ୍ପରକୁ ଆଲିଙ୍ଗନ କରୁଥିବା ଦୃଶ୍ୟ ମଧ୍ୟ ଫ୍ୟାନ୍‌ଙ୍କ ହୃଦୟ ଜିତିଛି।

ଅଂଶୁଲାଙ୍କ ସ୍ପେଶାଲ୍ ଦିନରେ ରଣବୀର ଓ ଅର୍ଜୁନଙ୍କ ଏହି ପରିବେଷଣ କେବଳ ପାର୍ଟିର ଆକର୍ଷଣ ହୋଇନଥିଲା, ବରଂ ‘ଗୁଣ୍ଡେ’ର ସୁବର୍ଣ୍ଣ ଦିନକୁ ପୁଣି ଥରେ ଜୀବନ୍ତ କରି ଫ୍ୟାନ୍‌ମାନଙ୍କୁ ନଷ୍ଟାଲଜିଆରେ ହଜାଇ ଦେଇଥିଲା ।

Leave A Reply

Your email address will not be published.