Latest Odisha News

BREAKING NEWS

Udala bus:ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ହେଲା ଉଦଳାରୁ ସମସ୍ତ ରୁଟ୍‌ରେ ବସ ଚଳାଚଳ

ଉଦଳା: ଆଜଠାରୁ ଉଦଳାରୁ ସମସ୍ତ ରୁଟ୍‌କୁ ବସ ଚଳାଚଳ ବନ୍ଦ ରହିଛି। ଉଦଳାରୁ ଭୁବନେଶ୍ୱର ଚାଲୁଥିବା ଏକ ଯାତ୍ରୀବାହୀ ବସର କଣ୍ଡକ୍ଟର ରବୀନ୍ଦ୍ର ପରିଚ୍ଛାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲା । ତେବେ ଅଭିଯୁକ୍ତମାନଙ୍କୁ ଗିରଫ କରା ଯାଉନଥିବାରୁ ଆଜି ଉଦଳା ମଟର କର୍ମଚାରୀ ସଂଘ ପକ୍ଷରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଡାକରା ଦିଆଯାଇଛି।

ସଂଘର କହିବା ଅନୁଯାୟୀ, ଆକ୍ରମଣକାରୀମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯିବା ପର୍ଯ୍ୟନ୍ତ ବସ ଚଳାଚଳ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରହିବ। ଏହାର ପ୍ରଭାବରେ ଆଜି ସକାଳଠାରୁ ଉଦଳା ବସ ଷ୍ଟାଣ୍ଡରୁ କୌଣସି ରୁଟ୍‌କୁ ବସ ଚଳାଚଳ କରିନାହିଁ।

ଫଳରେ ଯାତ୍ରୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

Leave A Reply

Your email address will not be published.