ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଟି୨୦ ସିରିଜରେ ଭାରତ ଶୋଚନୀୟ ଭାବେ ପରାଜିତ ହୋଇଛି । ୪-୦ରେ ସିରିଜ ହାରିବା ପରେ ଏବେ ଦିନିକିଆ ସିରିଜ ଉପରେ ସମସ୍ତଙ୍କ ନଜର ରହିଛି । ୧୪ ଜୁଲାଇରୁ ଏହି ସିରିଜ ଆରମ୍ଭ ହେବ । ରୋହିତ ଶର୍ମା, ବିରାଟ କୋହଲି ଓ ଯଶପ୍ରୀତ ବୁମରାହଙ୍କ ପରି ଖେଳାଳିଙ୍କ ପ୍ରତ୍ୟାବର୍ତନ ଦଳକୁ ମଜଭୁତ କରିଛି । କୋହଲି, ରୋହିତ ବର୍ମିଂହାମରେ କଠିନ ଅଭ୍ୟାସ କରୁଥିବା ଦେଖିବାକୁ ମିଳିଛି । ରବିବାର କୋହଲି ଦଳର ଅଧିନାୟକ ଶୁଭମନ ଗିଲଙ୍କୁ ବ୍ୟାଟିଂ ଟିପ୍ସ ଦେଉଥିବା ଦେଖିବାକୁ ମିଳିଥିଲା । କୋହଲିଙ୍କ ସହ ସେ ୩୦ ମିନିଟ ଅଭ୍ୟାସ କରିଥିଲେ ।
ଆଘାତ ସମସ୍ୟା ଯୋଗୁ କୋହଲି ଆଫଗାନିସ୍ତାନ ବିପକ୍ଷ ସିରିଜରେ ଖେଳିପାରି ନ ଥିଲେ । ଏବେ ଫିଟ ହୋଇ ଇଂଲଣ୍ଡ ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି । ସେ ଏହି ସିରିଜରେ ୨୦୩ ରନ ସଂଗ୍ରହ କଲେ ୧୫୦୦୦ ରନ ପୂରଣ କରିବେ । କୋହଲି ଓ ଗିଲଙ୍କ ପ୍ରଦର୍ଶନ ଇଂଲଣ୍ଡରେ ଭଲ ରହିଛି । ଏହାର ପୂନରାବୃତି ଏଥର ହେବ ବୋଲି ମଧ୍ୟ ଆଶା କରାଯାଉଛି । ରୋହିତ ନେଟ୍ସରେ ବଡ ଶଟ ଖେଳି ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛନ୍ତି ବୋଲି ସୂଚନା ଦେଇ ସାରିଛନ୍ତି ।