ମୁମ୍ବାଇ: ଲୋକପ୍ରିୟ ପ୍ଲେବ୍ୟାକ୍ ଗାୟକ କୁମାର ସାନୁଙ୍କ ପୁଅ ଜାନ କୁମାର ସାନୁ COVID-19 ପଜିଟିଭ୍ ହୋଇଛନ୍ତି ଏବଂ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସାନୁ ମଧ୍ୟ ଜଣେ ଗାୟକ ହୋଇଥିବା ବେଳେ ହସ୍ପିଟାଲରୁ ଏକ ଭିଡିଓ ସେୟାର କରିଛନ୍ତି। ନିକଟରେ ଆନ୍ଧ୍ର ପ୍ରଦେଶର କଡାପା ଜିଲ୍ଲାରେ ଜଣେ ୪୬ ବର୍ଷୀୟ ବ୍ୟକ୍ତିଙ୍କର କୋଭିଡରେ ମୃତ୍ୟୁ ହୋଇଥିଲା।
ଜାନ କୁମାର ସାନୁ ଇନଷ୍ଟାଗ୍ରାମରେ ହସ୍ପିଟାଲରୁ ଏକ ଭିଡିଓ ସେୟାର କରି ଲେଖିଛନ୍ତି, “ଚୀନରୁ ଆସିଲା ମୋର ବନ୍ଧୁ, କୋଭିଡ କୁ ସଲାମ କରନ୍ତୁ।” ପ୍ରଶଂସକମାନେ ଭିଡିଓ ଉପରେ ଭିନ୍ନ ଭିନ୍ନ କମେଣ୍ଟ ଦେଉଛନ୍ତି।
ଉଲ୍ଲେଖନୀୟ ଯେ ଏପର୍ଯ୍ୟନ୍ତ ହଜାର ହଜାର କରୋନାଭାଇରସ୍ ଭରିଆଣ୍ଟ ଚିହ୍ନଟ କରାଯାଇଛି। ଯେଉଁଥିରେ ଆଲଫା, ବିଟା, ଗାମା, ଡେଲ୍ଟା ଏବଂ ଓମିକ୍ରୋନ୍ ଅନ୍ତର୍ଭୁକ୍ତ, ଯାହାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ସ୍ୱତନ୍ତ୍ର ପ୍ରକାର ଭାବରେ ନାମିତ କରାଯାଇଛି। ଭାରତରେ ପ୍ରଥମ କୋଭିଡ-19 ରୋଗୀ ଜାନୁଆରୀ ୩୦, ୨୦୨୦ରେ ଚିହ୍ନଟ ହୋଇଥିଲେ।