Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ କୋରାପୁଟ ITDA ସହକାରୀ ନିର୍ଦ୍ଦେଶକ

ଜୟପୁର: ଓଡ଼ିଶା ଭିଜିଲାନ୍ସ ସୋମବାର ଦିନ ଆୟ ବହିର୍ଭୂତ ସମ୍ପତ୍ତି (DA) ଠୁଳ ଅଭିଯୋଗରେ କୋରାପୁଟର ବିଭିନ୍ନ ସ୍ଥାନରେ ଏକକାଳୀନ ଚଢ଼ାଉ ଆରମ୍ଭ କରିଛି।

ରିପୋର୍ଟ ଅନୁଯାୟୀ, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା (ITDA)ରେ କାର୍ଯ୍ୟରତ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସଞ୍ଜୟ କିସପେଟ୍ଟାଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତି ରଖିବା ମାମଲାରେ ଏହି ଚଢ଼ାଉ କରାଯାଉଛି। ଭୁବନେଶ୍ୱର, ଜୟପୁର ଏବଂ ରାଉରକେଲା ଭିଜିଲାନ୍ସ ବିଭାଗର ୧୫ରୁ ଅଧିକ ଅଧିକାରୀଙ୍କ ନେତୃତ୍ୱରେ ପ୍ରାୟ ସାତଟି ଭିଜିଲାନ୍ସ ଟିମ୍ ଏକକାଳୀନ ଅଧିକାରୀଙ୍କ ବାସଭବନ, କାର୍ଯ୍ୟାଳୟ ସ୍ଥଳରେ ଖୋଳତାଡ କରୁଛନ୍ତି।

ଅପରପକ୍ଷରେ ଏବେବି ସନ୍ଧାନ ଜାରି ରହିଥିବା ବେଳେ ମୋଟ ସମ୍ପତ୍ତିର ତାଲିକା ଜାରି କରାଯାଇନାହିଁ।

Leave A Reply

Your email address will not be published.