ଭୁବନେଶ୍ୱର: ସଂସଦର ଆସନ୍ତା ମୌସୁମୀ ଅଧିବେଶନ ପୂର୍ବରୁ ଓଡ଼ିଶା ରାଜନୀତିରେ ବଡ଼ ହଲଚଲ। ଦିଲ୍ଲୀରେ ବିରୋଧୀ ଦଳ ଭୂମିକାରେ ଥିବା ବିଜେଡି ଏଥର ସରକାରଙ୍କୁ ସହଜରେ ଛାଡ଼ିବା ମୁଡ୍ରେ ନାହିଁ। ଦିଲ୍ଲୀ ଦରବାରରେ ଗର୍ଜିବ ଶଙ୍ଖ। ଆଜି ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଦିଲ୍ଲୀ ଯିବେ। ଦିଲ୍ଲୀ ଗସ୍ତ କାଳରେ ସେ କେତେକ ରାଜନୈତିକ ନେତୃବୃନ୍ଦଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏଥିସହ ତାଙ୍କର ବନ୍ଧୁମାନଙ୍କୁ ଭେଟିବେ।
ଆସନ୍ତା ୨୦ ତାରିଖରେ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବ। ଏହି ସମୟରେ ନବୀନ ଦଳର ସାଂସଦମାନଙ୍କୁ ଭେଟିପାରନ୍ତି। ଆସନ୍ତା ୨୨ ତାରିଖରେ ସେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବେ। ଆଜି ସକାଳ ପ୍ରାୟ ୧୦ଟା ସମୟରେ ସେ ଭୁବନେଶ୍ୱରରୁ ଦିଲ୍ଲୀ ଅଭିମୁଖେ ବାହାରିଛନ୍ତି।
ଏହି ସମୟରେ ସେ କିଛି ବ୍ୟକ୍ତିଗତ କାମ ସାରିବା ସହ ନିଜର ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ପୂରଣ କରିବେ ବୋଲି ସୂଚନା ମିଳିଛି । ତେବେ ଏହି ଦିଲ୍ଲୀ ଗସ୍ତରେ କୌଣସି ରାଜନୈତିକ ବୈଠକ କିମ୍ବା ଦଳୀୟ କାର୍ଯ୍ୟକ୍ରମ ରହିଛି କି ନାହିଁ, ସେନେଇ ଏପର୍ଯ୍ୟନ୍ତ କୌଣସି ଔପଚାରିକ ସୂଚନା ସାମ୍ନାକୁ ଆସିନାହିଁ। ତେବେ ତାଙ୍କର ଏହି ଗସ୍ତକୁ ନେଇ ରାଜନୈତିକ ମହଲରେ ନାନା ଚର୍ଚ୍ଚା ଆରମ୍ଭ ହୋଇଛି।