Latest Odisha News

BREAKING NEWS

କଥା ହେଉ ନାହାନ୍ତି ଗମ୍ଭୀର ଆଉ କୋହଲି

ନୂଆଦିଲ୍ଲୀ: ଇଂଲଣ୍ଡ-ଭାରତ ମଧ୍ୟରେ ଦିନିକିଆ ସିରିଜ ଆରମ୍ଭ ହୋଇଯାଇଛି । ତେବେ ଏହି ସିରିଜ ଆରମ୍ଭ ହେବା ପୂର୍ବରୁ ଏକ ବିବାଦୀୟ ଘଟଣା ସମ୍ମୁଖକୁ ଆସିଛି । ଟାଇମ୍ସ ନାଓ ରିପୋର୍ଟ ଅନୁସାରେ କୋଚ ଗୌତମ ଗମ୍ଭୀର ଓ ଦଳର ଷ୍ଟାର ଖେଳାଳି ବିରାଟ କୋହଲି ପରସ୍ପର କଥା ହେଉ ନାହାନ୍ତି । ଉଭୟ ପରସ୍ପରଠାରୁ ଯଥାସମ୍ଭବ ଦୂରତା ଅବଲମ୍ବନ କରୁଛନ୍ତି । ଗମ୍ଭୀର ଅଭ୍ୟାସ ସେଶନରେ ଶୁଭମନ ଗିଲ, କେଏଲ ରାହୁଲ, ରୋହିତ ଶର୍ମାଙ୍କ ସମେତ ଅନ୍ୟ ଖେଳାଳିମାନଙ୍କ ସହିତ ଆଲୋଚନା କରୁଥିବା ବେଳେ କୋହଲି ଦୂରରେ ରହିଥିଲେ ।

ପରେ ବ୍ୟାଟିଂ କୋଚ ସୀତାଂଶ କୋଟାକଙ୍କ ସହ କୋହଲି ଆଲୋଚନା କରୁଥିବା ଦେଖିବାକୁ ମିଳିଥିଲା । ୫ ମାସ ପରେ କୋହଲି ଟିମ ଇଣ୍ଡିଆକୁ ପ୍ରତ୍ୟାବର୍ତନ କରିଛନ୍ତି । ଶେଷ ମ୍ୟାଚ ସେ ଇନ୍ଦୋରରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିଥିଲେ । ଏହି ଅବସରରେ ଅଧିନାୟକ ଶୁଭମନ ଗିଲ ସ୍ପଷ୍ଟ କରିଛନ୍ତି ଯେ, ଆଗାମୀ ବିଶ୍ୱକପ ରଣନୀତିରେ କୋହଲି ଏବଂ ରୋହିତଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ ।

Leave A Reply

Your email address will not be published.