Latest Odisha News

BREAKING NEWS

ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା:ନବଦିନାତ୍ମକ ଯାତ୍ରାରେ ବାହାରିବେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ: ଆଜି ଜଗତର ନାଥ ଜଗନ୍ନାଥଙ୍କର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ସମୟ ଯେତେ ଗଡୁଛି ବଡ଼ଦାଣ୍ଡରେ ଭିଡ ସେତେ ବଢୁଛି । ଜନସମୁଦ୍ର ପାଲଟିଛି ବଡଦାଣ୍ଡ । ରଥାରୂଢ ମହାବାହୁକୁ ଦେଖିବା ପାଇଁ ଆତୁର ନୟନରେ ଚାହିଁ ରହିଛନ୍ତି ଲକ୍ଷ ଲକ୍ଷ ଭକ୍ତ । ନବଦିନାତ୍ମକ ଯାତ୍ରାରେ ବାହାରିବେ ଚତୁର୍ଦ୍ଧାମୂର୍ତ୍ତି। ରଥ ପ୍ରସ୍ତୁତ, ପଥ ବି ପ୍ରସ୍ତୁତ; ଭକ୍ତିମୟ ପରିବେଶ। ଭକ୍ତ ଭଗବାନଙ୍କର ହେବ ମହାମିଳନ। ସିଂହଦ୍ୱାର ଆଗରେ ବିରାଜମାନ ୩ ରଥ। ନନ୍ଦିଘୋଷ, ଦର୍ପଦଳନ ଓ ତାଳଧ୍ୱଜ ରଥ ପ୍ରସ୍ତୁତ। କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ଶ୍ରୀକ୍ଷେତ୍ର।

ଶ୍ରୀମନ୍ଦିର ପ୍ରଶାସନର ନୀତି ନୀର୍ଘଣ୍ଟ ଅନୁସାରେ ପୂର୍ବାହ୍ଣ ସାଢ଼େ ୯ଟାରେ ଶ୍ରୀବିଗ୍ରହଙ୍କ ପହଣ୍ଡି ଆରମ୍ଭ। ଶ୍ରୀବିଗ୍ରହମାନେ ଶ୍ରୀମନ୍ଦିରରୁ ପହଣ୍ଡି ହୋଇ ଆସି ରଥାରୂଢ଼ ହେବେ। ୨ଟାରୁ ୩ଟା ମଧ୍ୟରେ ରଥରେ ଛେରାପହଁରା ହେବ। ଅପରାହ୍ଣ ୪ଟାରେ ରଥ ଟଣା ଆରମ୍ଭ ହେବ। ଭକ୍ତ ତଥା ସାଧୁସନ୍ଥଙ୍କ ଜନସମୁଦ୍ର ମଧ୍ୟରେ ହେବ ଠାକୁରଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା। ରଥ ଯାତ୍ରା ପାଇଁ ପ୍ରଶାସନିକ ସମୟ ଅନୁସାରେ ପ୍ରତ୍ୟୁଷ ୬ଟାରେ ମଙ୍ଗଳାଳତି, ୬ଟା ୧୦ରୁ ସାଢ଼େ ୬ରେ ମଇଲମ ଓ ତଡ଼ପ ଲାଗି, ସାଢ଼େ ୬ଟା ରୋଷ ହୋମ, ୭ଟାରେ ଅବକାଶ, ୭ଟା ୧୦ରେ ସୂର୍ଯ୍ୟପୂଜା, ସାଢ଼େ ୭ଟାରେ ଦ୍ୱାରପାଳ ପୂଜା ନୀତି ବଢ଼ି ବେଶ ଶେଷ ହେବ।

ଗୋପାଳବଲ୍ଲଭ ଓ ସକାଳଧୂପରେ ଖେଚୁଡ଼ି ଭୋଗ ୮ଟାରୁ ୯ଟା ମଧ୍ୟରେ ସରିବ। ୯ଟାରେ ରଥ ପ୍ରତିଷ୍ଠା ହେବ। ୯ଟା ୧୫ରେ ମଙ୍ଗଳାର୍ପଣ ସରି ସାଢ଼େ ୯ଟାରେ ଦାରୁଦିଅଁଙ୍କ ପହଣ୍ଡି ଆରମ୍ଭ ହେବ। ପହଣ୍ଡି ଶେଷ ସମୟ ରହିଛି ସାଢ଼େ ୧୨ଟା । ୧ଟା ମଧ୍ୟରେ ଶ୍ରୀମଦନମୋହନ ଓ ଶ୍ରୀରାମଶ୍ରୀକୃଷ୍ଣ ରଥରେ ବିଜେ ହେବେ। ୨ଟା ସୁଦ୍ଧା ଠାକୁରଙ୍କ ଚିତାଲାଗି ହେବ। ସାଢ଼େ ୨ଟାରେ ଠାକୁରଙ୍କ ବେଶ ଶେଷ ହେବ। ୨ଟାରୁ ୩ଟା ମଧ୍ୟରେ ଗଜପତିଙ୍କ ଛେରାପହଁରା। ୩ଟାରୁ ୪ଟା ମଧ୍ୟରେ ଚାରମାଳ ଫିଟା, ଘୋଡ଼ା ଓ ସାରଥି ଲାଗିବ। ରଥଟଣା ଅପରାହ୍ଣ ୪ଟାରେ ଆରମ୍ଭ ହେବ। ରଥ ଟଣା ଶେଷ ହେଲେ ରଥରେ ଠାକୁରଙ୍କ ଅନ୍ୟାନ୍ୟ ନୀତି ହେବ।

Leave A Reply

Your email address will not be published.