Latest Odisha News

BREAKING NEWS

ଜାଡେଜାଙ୍କ ୨୦୨୭ ଦିନିକିଆ ବିଶ୍ୱକପ ଖେଳିବା ଆଶା ପ୍ରାୟତଃ ଧୂଳିସାତ

ନୂଆଦିଲ୍ଲୀ: ରବୀନ୍ଦ୍ର ଜାଡେଜା ୨୦୨୭ ଦିନିକିଆ ବିଶ୍ୱକପ ଖେଳିବା ଆଶା ଏବେ ବି ରଖିଛନ୍ତି । ତେବେ ତାଙ୍କର ଏହି ଆଶା ପୂରଣ ହେଲା ପରି ଲାଗୁନି । ଟାଇମ୍ସ ଅଫ ଇଣ୍ଡିଆରେ ପ୍ରକାଶିତ ରିପୋର୍ଟ ଅନୁସାରେ ଚୟନ କମିଟି ଧୀରେ ଧୀରେ ତାଙ୍କୁ ଅଣଦେଖା କରିବା ଆରମ୍ଭ କରିଛନ୍ତି । ଜାଡେଜାଙ୍କ ସ୍ଥାନରେ ଅକ୍ଷର ପଟେଲ ସେମାନଙ୍କ ପସନ୍ଦ ରହିଛନ୍ତି । ଚୟନ କମିଟି ତାଙ୍କ ରଣନୀତିରେ ୭ ପର୍ଯ୍ୟନ୍ତ ବ୍ୟାଟିଂ ଲାଇନଅପ ମଜଭୁତ କରିବାକୁ ଚାହୁଁଛନ୍ତି । ଅଲରାଉଣ୍ଡର ଭାବେ ଅକ୍ଷର ଭଲ ଫର୍ମରେ ଥିବାରୁ ସେ ପ୍ରଥମ ପସନ୍ଦ ରହିଛନ୍ତି । ଜାଡେଜା କିଛି ଦିନ ହେବ ଧଳାବଲ କ୍ରିକେଟରେ ସେଭଳି ଆଖିଦୃଶିଆ ପ୍ରଦର୍ଶନ କରିପାରି ନାହାନ୍ତି ।

ଟିମ ଇଣ୍ଡିଆ ମ୍ୟାନେଜମେଂଟ ଦକ୍ଷିଣ ଆଫ୍ରିକାରେ ଚୂଡାନ୍ତ ଏକାଦଶରେ ଜଣେ ସ୍ପିନର ରଖିବାକୁ ଚାହୁଁଛନ୍ତି । ଅକ୍ଷର ଏବଂ ହର୍ଷ ଦୁବେ ଏହି ଦୌଡରେ ଆଗରେ ରହିଛନ୍ତି । ଅନ୍ୟ ଅର୍ଥରେ ଜାଡେଜାଙ୍କ କ୍ୟାରିୟର ପ୍ରାୟ ଶେଷ ହେବାକୁ ଯାଉଛି । ନ୍ୟୁଜିଲାଣ୍ଡ ବିପକ୍ଷରେ ସେ ଶେଷ ଥର ଖେଳିଥିଲେ । ଜାଡେଜା ୨୧୦ ଦିିନିକିଆରେ ୨୩୨ ୱିକେଟ ଅକ୍ତିଆର କରଛନ୍ତି । ଅପରପକ୍ଷରେ ଅକ୍ଷର ୭୨ ମ୍ୟାଚରେ ୭୯ ୱିକେଟ ହାସଲ କରିଛନ୍ତି । ସେ ୯୧୫ ରନ ମଧ୍ୟ ସଂଗ୍ରହ କରିଛନ୍ତି ।

Leave A Reply

Your email address will not be published.