Latest Odisha News

BREAKING NEWS

ହୃଦୟ ବିଦାରକ ଘଟଣା: ୪ ବର୍ଷର ପୁଅକୁ ହତ୍ୟା କଲେ ବାପା

ଉଦଳା:ମୟୂରଭଞ୍ଜ ଜିଲ୍ଲାରେ ହୃଦୟବିଦାରକ ଘଟଣା ଘଟିଛି । ୪ ବର୍ଷର ଜନ୍ମ କଲା ପୁଅକୁ କଟୁରୀରେ ହାଣି ହତ୍ୟା କଲେ ବାପା। ଏହି ଅଭାବନୀୟ ଘଟଣା ଶରତ ଥାନା ଅନ୍ତର୍ଗତ ପୁରୁଣାପାଣି ଗାଁରେ ଘଟିଛି । ମୃତ ନାବାଳକଙ୍କ ନାମ ଦୁମ୍ବି ସିଂ ବୋଲି ଜଣାପଡ଼ିଛି ।

ଅଭିଯୋଗ ଅନୁସାରେ, ବାପା ସୋହନ ସିଂ କୌଣସି କାରଣରୁ ଉତ୍ତ୍ୟକ୍ତ ହୋଇ କଟୁରୀରେ ପୁଅକୁ ଆକ୍ରମଣ କରିଥିଲେ । ଘଟଣାସ୍ଥଳରେ ହିଁ ଶିଶୁଟିର ମୃତ୍ୟୁ ହୋଇଥିଲା । ଏତିକିରେ ଅଭିଯୁକ୍ତ ଅଟକି ନଥିଲା । ପୁଅକୁ ହତ୍ୟା କରିବା ପରେ ମୃତଦେହକୁ ଘର ଭିତରେ ରଖି କବାଟ ବନ୍ଦ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ସୂଚନା ମିଳିଛି ।

ତେବେ ଦୁମ୍ବିଙ୍କ ମାଆ ସୁକାନ୍ତି ଘରେ ପହଞ୍ଚିବା ପରେ କବାଟ ବନ୍ଦ ଥିବା ତାଙ୍କ ପୁତୁରାଙ୍କୁ କହିଥିଲେ। ପରେ ସେ ଯାଇ କବାଟ ଖୋଲିବା ପରେ ଗୁରୁତର ଅବସ୍ଥାରେ ନାବାଳକ ଜଣକ ଘର ଭିତରେ ପଡ଼ିଥିବା ଦେଖି ତାଙ୍କୁ ଚିକିତ୍ସା ନିମନ୍ତେ ଶରତ ମେଡିକାଲ ଏବଂ ପରେ ଉଦଳା ମେଡିକାଲରେ ଭର୍ତ୍ତି କରିଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା।

ତେବେ କେଉଁ କାରଣରୁ ବାପା ଏଭଳି ଅମାନୁଷିକ କାଣ୍ଡ ଭିଆଇଲେ ତାହା ଜଣାପଡ଼ି ନାହିଁ ।

ଖବର ପାଇ ଶରତ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ଫେରାର ଅଭିଯୁକ୍ତ ସୋହନ ସିଂଙ୍କୁ ଧରିବା ପାଇଁ ପୋଲିସ ତଲାସି ଜାରି ରଖିଛି ।

Leave A Reply

Your email address will not be published.