Latest Odisha News

BREAKING NEWS

Ayushman Bharat card In Odisha:କ୍ୟାନସର ରୋଗୀଙ୍କ ପାଇଁ ବଡ଼ ଆଶ୍ୱସ୍ତି; ଆୟୁଷ୍ମାନ କାର୍ଡରେ ହେବ କ୍ୟାନସର ଚିକିତ୍ସା

ଭୁବନେଶ୍ବର: ଆୟୁଷ୍ମାନ ଭାରତ କାର୍ଡରେ କ୍ୟାନ୍ସର ଚିକିତ୍ସା ସୁବିଧା ମିଳିବ ବୋଲି ବଡ଼ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ଚଳିତ ବର୍ଷର ବଜେଟ୍‌ରେ ମୁଖ୍ୟମନ୍ତ୍ରୀ କ୍ୟାନସର ଆରୋଗ୍ୟ ଯୋଜନାକୁ ସାମିଲ କରାଯାଇଥିବା ବେଳେ, ଏହି ଯୋଜନା ଅଧିନରେ କ୍ୟାନସର ଚିକିତ୍ସା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏନେଇ ଆଜି(ଶନିବାର) ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ।

ମୁଖ୍ୟମନ୍ତ୍ରୀ କ୍ୟାନସର ଆରୋଗ୍ୟ ଯୋଜନାରେ ୧୨୧ ପ୍ରକାରର ଚିକିତ୍ସା ପ୍ୟାକେଜ୍‌ ସାମିଲ କରାଯିବ । ଏହି ପ୍ୟାକେଜ୍‌ ମାଧ୍ୟମରେ କ୍ୟାନସର ରୋଗୀମାନେ ବିଭିନ୍ନ ପରୀକ୍ଷା, ଅସ୍ତ୍ରୋପଚାର, କେମୋ ଥେରାପି, ରେଡିଓ ଥେରାପି ଓ ଅନ୍ୟାନ୍ୟ ଆବଶ୍ୟକ ଚିକିତ୍ସା ସୁବିଧା ପାଇପାରିବେ । ଏହି ଯୋଜନା ପାଇଁ ଆବଶ୍ୟକ ସମସ୍ତ ଅର୍ଥ ରାଜ୍ୟ ସରକାର ନିଜସ୍ୱ ବଜେଟ୍‌ରୁ ବହନ କରିବେ । ଫଳରେ ଦାମୀ କ୍ୟାନସର ଚିକିତ୍ସାର ଆର୍ଥିକ ବୋଝରୁ ଅନେକ ପରିବାର ମୁକ୍ତି ପାଇବେ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ।

ସୂଚନା ଅନୁଯାୟୀ, ଓଡ଼ିଶାରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (AB-PMJAY) ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା (GJAY)କୁ ଏକାଠି କରି ଲାଗୁ କରାଯାଇଛି । ଏହା ମାଧ୍ୟମରେ ରାଜ୍ୟର ଲକ୍ଷାଧିକ ପରିବାର ମାଗଣା ସ୍ୱାସ୍ଥ୍ୟସେବାର ସୁବିଧା ପାଉଛନ୍ତି । ଓଡ଼ିଶାରେ ପ୍ରାୟ ୩.୫ କୋଟିରୁ ଅଧିକ ଲୋକ ଏହି ଯୋଜନାର ସୁବିଧା ପାଇବେ । ପ୍ରାୟ ୧.୦୩ କୋଟି ପରିବାର ଏହି ଯୋଜନାରେ ଅନ୍ତର୍ଭୁକ୍ତ ଅଛନ୍ତି ।

Leave A Reply

Your email address will not be published.