ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ପୋଲିସକୁ ସଫଳତା । ଦୁଇଟି ମାମଲାରେ ୬ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ଗୋଟିଏ ମାଉଜର, ଗୋଟିଏ ମାଗାଜିନ୍, ୨ ରାଉଣ୍ଡ ଗୁଳି, ୨ ଟି ବାଇକ୍, ଗୋଟିଏ କାର୍, ୩୫ କେଜି ୫୫୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଛି ।
କନ୍ଧମାଳରୁ ଗଞ୍ଜେଇ କାର ଯୋଗେ ବ୍ରହ୍ମପୁର ଚାଲାଣ ବେଳେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ ଇନ୍ଦ୍ରଗଡର ବାପୁଜୀ ନାୟକ ଓ ସୁଶାନ୍ତ ମଲ୍ଲିକ । ସେମାନଙ୍କ ଠାରୁ ୩୫ କେଜି ୫୫୦ ଗ୍ରାମ ଗଞ୍ଜେଇ ସହ ଗୋଟିଏ କାର ଗାଡି ଜବତ କରାଯାଇଛି ।
ସେହିଭଳି ଅନ୍ୟ ୪ ଅଭିଯୁକ୍ତ ଗତକାଲି ଭଞ୍ଜନଗର ଚକରା ବିଷୋୟୀ ଛକରେ ପୋଲିସ ଗାଡି ଦେଖି ଦ୍ରୁତ ଗତିରେ ଫେରାର ହୋଇ ଯାଇଥିଲେ । ପୋଲିସ ସେମାନଙ୍କୁ ପିଛା କରି କାବୁ କରିବାରେ ସଫଳ ହୋଇଛି ଭଞ୍ଜନଗର ପୋଲିସ । ଗିରଫ ୪ ଜଣ ଅଭିଯୁକ୍ତ ହେଲେ ଭୋଳା ନାହାକ, ଭାଗିରଥି ଗୌଡ, ବେଲାରସେନ୍ ସ୍ୱାଇଁ ଓ ବଂଶୀଧର ବିଷୋୟୀ । ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।