ଭୁବନେଶ୍ୱର: ପୁରୀରେ ରଥଯାତ୍ରା ସମୟରେ ମୃତ୍ୟୁବରଣ କରିଥିବା ଦୁଇ ଭକ୍ତଙ୍କ ପରିବାର ପାଇଁ ସୋମବାର ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦଶ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି।
ଏନେଇ ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରିଛନ୍ତି। ଗତ ଜୁଲାଇ ୧୬ ତାରିଖରେ ପୁରୀଠାରେ ଅସୁସ୍ଥତା ହେତୁ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିବା କଟକର ଅନୀଲ ଦାସ ଓ ମୁମ୍ବାଇର ଅଶୋକ ସୁବାରେ ରାଇକରଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିବା ସହ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି (CMRF) ରୁ ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ୧୦ ଲକ୍ଷ ଲେଖାଏଁ ସହାୟତା ଘୋଷଣା କରିଛନ୍ତି।
ଜୁଲାଇ ୧୬ ତାରିଖରେ ପୁରୀ ରଥଯାତ୍ରା ସମୟରେ ଉଭୟ ଭକ୍ତ ଅସୁସ୍ଥ ହୋଇପଡ଼ିଥିଲେ ଏବଂ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ।