ମୁମ୍ବାଇ: ସୁସ୍ଥ ହୋଇ ଘରକୁ ଫେରିଲେ ବିଗ୍ ବି ଅମିତାଭ ବଚ୍ଚନ। ଅସୁସ୍ଥତା ନେଇ ବ୍ୟକ୍ତିଗତ ବ୍ଲଗ୍ରେ ଦେଇଥିଲେ ସୂଚନା।
ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ବହୁତ ସକ୍ରିୟ। ସେ ନିୟମିତ ଭାବରେ ବ୍ଲଗ୍ ମଧ୍ୟ ଲେଖନ୍ତି। ନିକଟରେ ବ୍ଲଗରେ ସେ ତାଙ୍କ ସ୍ୱାସ୍ଥ୍ୟ ବିଷୟରେ କିଛି ପ୍ରକାଶ କରିଥିଲେ ଯାହା ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଚିନ୍ତା ସୃଷ୍ଟି କରିଥିଲା। ଅଭିନେତା ତାଙ୍କ ହସ୍ପିଟାଲରେ ଭର୍ତ୍ତି ଏବଂ ସର୍ଜରୀ ବିଷୟରେ ଏକ ବ୍ଲଗ୍ ପୋଷ୍ଟ କରିଥିଲେ।
ଅମିତାଭ ବଚ୍ଚନ “ହସ୍ପିଟାଲ, ଆଇସିୟୁ ଏବଂ ସର୍ଜରୀ” ବିଷୟରେ ଉଲ୍ଲେଖ କରିଛନ୍ତି। ତାଙ୍କ ବ୍ଲଗ୍ ପୋଷ୍ଟରେ, ସେ ଅସ୍ତ୍ରୋପଚାର ଏବଂ ଆଇସିୟୁରେ ରହିବାର ମାନସିକ ଏବଂ ଶାରୀରିକ ପ୍ରଭାବ ବିଷୟରେ ଆଲୋଚନା କରିଛନ୍ତି। ସେ ଲେଖିଛନ୍ତି, “ହସ୍ପିଟାଲରେ ଏବଂ ଆଇସିୟୁରେ, ଦକ୍ଷ ଡାକ୍ତର ଏବଂ ଡାକ୍ତରୀ କର୍ମଚାରୀଙ୍କ ତତ୍ତ୍ୱାବଧାନରେ ଅସ୍ତ୍ରୋପଚାର, ଏବଂ ତା’ପରେ ଡିସଚାର୍ଜ ହୋଇ ଘରକୁ ଫେରିବା ସମ୍ପର୍କରେ ଉଲ୍ଲେଖ କରିଥିଲେ।”
ଅପରପକ୍ଷରେ ଅମିତାଭ ବଚ୍ଚନ ଖୁବ୍ ଶୀଘ୍ର କଳକି 2898 AD ର ସିକ୍ୱେଲରେ ନଜର ଆସିବେ। ଏହି ଫିଲ୍ମଟି ନାଗ ଅଶ୍ୱିନଙ୍କ ଦ୍ୱାରା ନିର୍ଦ୍ଦେଶିତ। ପ୍ରଭାସ ଏବଂ କମଲ ହାସନ ମଧ୍ୟ ଏହି ଫିଲ୍ମରେ ନଜର ଆସିବେ।