Latest Odisha News

BREAKING NEWS

ଦିନିକିଆ ବିଶ୍ୱକପ କ୍ରିକେଟ: କଟ ଅଫ ଡେଟ ଜାରୀ କଲା ଆଇିସିସି, ବିପଦରେ ଏହି ଟିମ

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ଦିିନିକିଆ ବିଶ୍ୱକପ ୨୦୨୭ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରି ଦେଇଛି । ଆଇସିସି କ୍ୱାଲିଫାଇ ପ୍ରକ୍ରିୟା ପାଇଁ କଟ ଅଫ ଡେଟ ଜାରୀ କରିଛି । ଏହା ଲାଗୁ ହେବା ପରେ ୨ଥର ଚାମ୍ପିୟନ ୱେଷ୍ଟଇଣ୍ଡିଜର ବିଶ୍ୱକପ ଖେଳିବା ସମ୍ଭାବନା କ୍ଷୀଣ ହୋଇଛି । ୩୦ ସେପ୍ଟମ୍ବର ୨୦୨୬କୁ କଟ ଅଫ ଡେଟ ରହିଛି । ଏହି ତାରିଖ ସୁଦ୍ଧା ଆଇସିସି ର‌୍ୟାଙ୍କିଙ୍ଗର ପ୍ରଥମ ୮ଟି ଟିମ ସିଧାସଳଖ ଯୋଗ୍ୟତା ହାସଲ କରିବେ । ଆୟୋଜକ ଟିମ ଯୋଗ୍ୟତା ହାସଲ କରିବା ନିୟମ ଥିବାରୁ ଦକ୍ଷିଣ ଆଫ୍ରିକା ଓ ଜିମ୍ବାୱେ ପୂର୍ବରୁ ଏଥିରେ ସାମିଲ ହୋଇ ସାରିଛନ୍ତି । ଏବେ ଆୟୋଜକ ଦେଶ ବ୍ୟତୀତ ୮ଟି ଟିମ ଯୋଗ୍ୟତା ହାସଲ କରିବେ ।

ଭାରତ, ନ୍ୟୁଜିଲାଣ୍ଡ, ଅଷ୍ଟ୍ରେଲିଆ, ପାକିସ୍ତାନ, ଶ୍ରୀଲଙ୍କା ଓ ଇଂଲଣ୍ଡ ସିଧାସଳଖ ଯୋଗ୍ୟତା ଅର୍ଜନ କରିବେ । ଏମାନଙ୍କ ବ୍ୟତୀତ ଆଫଗାନିସ୍ତାନ ଓ ବାଂଲାଦେଶ ମଧ୍ୟ ଦୌଡରେ ଆଗରେ ରହିଛନ୍ତି । ୱେଷ୍ଟଇଣ୍ଡିଜ କଟ ଅଫ ତାରିଖ ସୁଦ୍ଧା ଯଦି ର‌୍ୟାଙ୍କିଙ୍ଗରେ ବଡ ଧରଣର ସୁଧାର ଆଣି ନ ପାରିବ ତେବେ ଯୋଗ୍ୟତା ହାସଲ କରିପାରିବ ନାହିଁ । ଏଥିପାଇଁ ପୂନର୍ବାର ୱେଷ୍ଟଇଣ୍ଡିଜକୁ କ୍ୱାଲିଫାଇ ମ୍ୟାଚ ଦେଖିବାକୁ ମିଳିବ । ଏହି ସମୟ ମଧ୍ୟରେ ୱେଷ୍ଟଇଣ୍ଡିଜ ୩ଟି ଦିନିକିଆ ମ୍ୟାଚ ଖେଳିବ ।

Leave A Reply

Your email address will not be published.