ନୀଳଗିରି:ନୀଳଗିରି ବ୍ଲକ ବରମପୁର ଥାନା ଅଧିନ ଛତ୍ରପୁର ପଞ୍ଚାୟତ ମଧୁପୁରିଆ ଗ୍ରାମରେ ଏଭଳି ଅଭାବନୀୟ ଘଟଣା । ଖେଳୁଥିବା ବେଳେ ଗାଡ଼ିଆରେ ପଡି ଦୁଇ ଶିଶୁ ମୃତ । ମୃତ ଶିଶୁ ଦୁଇଜଣ ହେଲେ ଦାସରଥି ହାସଦାଙ୍କ ଦେଢ଼ ବର୍ଷୀୟ ଶିଶୁପୁତ୍ର ଦୀପକ ହାସଦା ଓ ସୁନାରାମ ହାସଦାଙ୍କ ୧୫ ମାସର ଶିଶୁକନ୍ୟା ସୁବିକସା ।
ଉଭୟ ଶିଶୁ ପାଖ ପଡୋଶୀ ଘର ପାଖରେ ଖେଳୁଥିଲେ। ମାତ୍ର ଗାଡ଼ିଆରେ ଅସାବଧାନତା କାରଣରୁ ପଡି ଯାଇଥିଲେ।ଉଭୟଙ୍କୁ ପରିବାର ଲୋକ ବହୁ ଖୋଜାଖୋଜି କରି ଗଡିଆରୁ ଉଦ୍ଧାର କରିବା ପରେ ବରମପୁର ମେଡ଼ିକାଲ କୁ ଅଣାଯାଇଥିଲା।ହେଲେ ଡାକ୍ତର ମୃତ ଘୋଷଣା କରିଥିଲେ। ଏଭଳି ଅଘଟଣ ଖବର ମିଳିବା ପରେ ମଧୁପୁରିଆ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।