ଭବାନିପାଟଣା: ଭିଜିଲାନ୍ସ ଜାଲରେ ଫସିଲେ କଳାହାଣ୍ଡି ଜିଲ୍ଲା ଥୁଆମୂଳା. ରାମପୁରର ଓଡ଼ିଶା ଆଦର୍ଶ ବିଦ୍ୟାଳୟ (ଓଏଭି) ପ୍ରିନ୍ସପାଲ୍ । ଏସଏଚଜି ମହିଳାଙ୍କ ଠାରୁ ଲାଞ୍ଚ ନେବା ବେଳେ ଧରାପଡ଼ିଲେ ଓଏଭି ପ୍ରିନ୍ସପାଲ୍ ସୀତାକାନ୍ତ ରଣା । ସଫେଇ କାମ ପାଇଁ ଏକ ପେଣ୍ଡିଂ ବିଲ୍ କରାଇଦେବା ପାଇଁ ସେ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ, ଭିଜିଲାନ୍ସ ହାବୁଡରେ ପଡିଥିଲେ ।
ସୂଚନାନୁଯାୟୀ, ଥୁଆମୂଳା ରାମପୁରର ଓଏଭି ପ୍ରିନ୍ସପାଲ୍ ସୀତାକାନ୍ତ ରଣା ଜଣେ ଏସଏଚଜି ମହିଳାଙ୍କର ୩ ମାସର ବାକିଆ ବିଲ୍ କରାଇ ଦେବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ଅଭିଯୋଗକାରିଣୀ ଭିଜିଲାନ୍ସର ଦ୍ଵାରସ୍ଥ ହୋଇଥିଲେ। ଆଜି ସୀତାକାନ୍ତ ଲାଞ୍ଚ ଟଙ୍କା ନେବା ବେଳେ ଭିଜିଲାନ୍ସ ଟିମ୍ ପୂର୍ବ ପ୍ରସ୍ତୁତି ମୁତାବକ ଚଢାଉ କରିଥିଲା।
ବର୍ତ୍ତମାନ ତାଙ୍କ ଭବାନୀପାଟଣାସ୍ଥିତ ଭଡ଼ା ଘରେ ମଧ୍ୟ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ । ଏଥିରେ ଜୟପୁର ଭିଜିଲାନ୍ସ ଏସପିଙ୍କ ନେତୃତ୍ୱରେ ୪ ଜଣିଆ ଟିମ୍ ସାମିଲ ଅଛନ୍ତି । ସେହିପରି ଅଭିଯୁକ୍ତ ପ୍ରିନ୍ସିପାଲ ରଣାଙ୍କୁ ଭବାନୀପାଟଣା ଭିଜିଲାନ୍ସ ଅଫିସକୁ ଆଣି ଅଟକ ରଖି ଅଧିକ ପଚରାଉଚରା କରୁଛି ଭିଜିଲାନ୍ସ ଟିମ୍ ।