ଭୁବନେଶ୍ୱର: ପୁଣି ସାମ୍ନାକୁ ଆସିଲା ଲଭ୍-ସେକ୍ସ-ଧୋକା । ମହିଳାଙ୍କୁ ଧୋକା ଦେଇ ଜେଲ୍ ଗଲେ ଓଏସ୍ଏପି ଯବାନ । ଭୁବନେଶ୍ୱର ନୟାପଲ୍ଲି ଅଚଂଳର ଜଣେ ମହିଳାଙ୍କୁ ଫସାଇ ତାଙ୍କ ସହ ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗରେ ଓଏସ୍ଏପି ଯବାନ ରାଜକିଶୋର ଭୋଇ ଗିରଫ ହୋଇଛନ୍ତି । ତେବେ ଏହା ପ୍ରଥମ ଥର ନୁହେଁ । ପୂର୍ବରୁ ଥରେ ମଧ୍ୟ ସେ ଏହି ଅଭିଯୋଗରେ ଜେଲ୍ ଯାଇ ସାରିଛନ୍ତି ।
ଗତବର୍ଷ ମାର୍ଚ୍ଚ ମାସରେ ମଧ୍ୟ ସଂପୃକ୍ତ ମହିଳା ଜଣଙ୍କ ସହିଦନଗର ଥାନାରେ ରାଜକିଶୋରଙ୍କ ନାଁରେ ସମାନ ଅଭିଯୋଗ ଆଣିଥିଲେ । ସେତେବେଳେ ମଧ୍ୟ ରାଜକିଶୋର ଗିରଫ ହୋଇ ୨ ମାସ ଜେଲ୍ରେ ରହିଥିଲେ । ଏହାପରେ ଜାମିନ୍ରେ ଆସିଥିଲେ । ତେବେ ଏବେ ପୁଣି ଥରେ ସେ ମହିଳାଙ୍କୁ ଫସାଇ ତାଙ୍କୁ ବିବାହର ପ୍ରତିଶ୍ରୁତି ଦେବା ସହ ଶାରୀରିକ ସମ୍ପର୍କ ରଖିଛନ୍ତି । ଏହା ଜଣାପଡିବା ପରେ ସମ୍ପୃକ୍ତ ମହିଳାଙ୍କ ସ୍ୱାମୀ ତାଙ୍କୁ ଘରୁ ବାହାର କରିଦେଇଛନ୍ତି । ଏହାରି ଭିତରେ ରାଜକିଶୋର ଅନ୍ୟତ୍ର ବିବାହ ମଧ୍ୟ କରିନେଇଥିବା ପୋଲିସ ସୂତ୍ରରୁ ଜଣାପଡିଛି ।
BREAKING NEWS
- Mahanadi Water Dispute: ଆସନ୍ତାକାଲି ଯୁଗ୍ମ ବୈଷୟିକ କମିଟି ବୈଠକ, ୨୦ରେ ଟ୍ରିବ୍ୟୁନାଲ ଶୁଣାଣି
- ଟସ, କାକରକୁ ଦୋଷ ଦେଲେ ରାହୁଲ
- କୋଲ୍ଡ ମୁନ କଣ? ଆଜି ଆକାଶରେ ସାଧାରଣ ଚନ୍ଦ୍ରଠୁ ୧୦ ପ୍ରତିଶତ ବଡ଼ ଦିଶିବ
- Shark Fish in Balasore: ସମୁଦ୍ରରୁ ୨ଟି ବିଶାଳ ସାର୍କଙ୍କ ମୃତଦେହ ଉଦ୍ଧାର; ୬ କ୍ବିଣ୍ଟାଲରୁ ହେବ ଉର୍ଦ୍ଧ୍ବ
- ୬୯ ଟେଷ୍ଟ ପରେ ଘରୋଇ ସିରିଜରୁ ବାଦ ପଡିଲେ ଅଷ୍ଟ୍ରେଲିଆର ଏହି ଖେଳାଳି
- Birupa River: ବିରୂପା ନଦୀରୁ ଖସିପଡ଼ିଲା କାର୍;ମିଳିଲା ନିଖୋଜ ଯୁବକଙ୍କ ମୃତଦେହ
- Sanchar Saathi App :ସରକାର ବଦଳାଇଲେ ନିଜ ନିଷ୍ପତ୍ତି, ‘ସଞ୍ଚାର ସାଥୀ ଆପ୍’ ବାଧ୍ୟତାମୂଳକ ନୁହଁ…
- Fighter Jet Crash: ବଡ଼ ବିମାନ ଦୁର୍ଘଟଣା, ଅଳ୍ପକେ ବଞ୍ଚିଗଲା ପାଇଲଟଙ୍କ ଜୀବନ…
- Russian President :ଆଜି ଭାରତ ଆସୁଛନ୍ତି ଋଷ୍ ରାଷ୍ଟ୍ରପତି ପୁଟିନ୍, ଭାରତ ସହ କରିପାରନ୍ତି ବଡ଼ ଡ଼ିଲ୍!
- Naxal Encounter: ସୁରକ୍ଷାକର୍ମୀଙ୍କ ଏନ୍କାଉଣ୍ଟରରେ ୧୨ ମାଓବାଦୀ ନିହତ; ୩ ଯବାନ ସହିଦ
Comments are closed.