ନୂଆଦିଲ୍ଲୀ: ଭାରତର ପୂର୍ବତନ କ୍ରିକେଟର ମଦନଲାଲ ବୁଧବାର ଏକ ବଡ ବୟାନ ଦେଇଛନ୍ତି । ସେ ସିଧାସଳଖ କହିଛନ୍ତି ଟେଷ୍ଟରୁ କୋହଲିଙ୍କ ଅବସର ଚୟନ କମିଟିଙ୍କ ଭୁଲ ନିଷ୍ପତି ଥିଲା । ତାଙ୍କ ନେତୃତ୍ୱରେ ଭାରତ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପର ଫାଇନାଲରେ ପ୍ରବେଶ କରିପାରିଥିଲା । ୮ ବର୍ଷ ଧରି ସେ ସଫଳ ଭାବେ ଦଳର ନେତୃତ୍ୱ ନେଇପାରିଥିଲେ । ତାଙ୍କ ନିକଟରେ ଆହୁରି ଅନେକ କ୍ରିକେଟ ବାକି ଥିଲା । ସେ ଅବସର ନେଇଯିବା ନିଶ୍ଚିତ ଭାବେ ଏକ ବଡ କ୍ଷତି । ବିରାଟଙ୍କ ଏହି ପଦକ୍ଷେପ ମୋତେ ନିରାଶ କରିଥିଲା । ସେ ଭାରତୀୟ କ୍ରିକେଟକୁ ଏକ ନୂଆ ଦିଗ ଦେଖାଇଥିଲେ ।
ଖେଳରେ ଆକ୍ରମଣାତ୍ମକ ଆଣିବା ସହ ଜିତିବା ଜୁନୁନ ଶିଖାଇଥିଲେ । ତାଙ୍କ ସହିତ କଣ ଘଟିଲା, ଚୟନ କମିଟିରେ କିଏ ଥିଲେ ସେଥିରେ ମୋର କିଛି ସମ୍ପର୍କ ନାହିଁ । କୋହଲି ଅଧିନାୟକ ପଦରୁ ହଟିବା ଚୟନ କମିଟିର ଭୂଲ ଥିଲା । ଏହା ଏକ ବଡ କମ୍ୟୁନିକେଶନ ଗ୍ୟାପ ଥିଲା । ମୋ ଜୀବନରେ ଦେଖିଥିବା କ୍ରିକେଟ ଜ୍ଞାନ ରଖିଥିବା ଖେଳାଳିଙ୍କ ମଧ୍ୟରେ ବିରାଟ ଅନ୍ୟତମ । କୋହଲି ଟେଷ୍ଟ କ୍ରିକେଟକୁ ଫେରି ଆସନ୍ତୁ ବୋଲି ବିଭିନ୍ନ ମହଲରେ ଦାବୀ ହେଉଥିଲେ ମଧ୍ୟ ସେ ଏଥିନେଇ ମନା କରି ଦେଇଛନ୍ତି । ଏବେ କୋହଲି କେବଳ ଦିନିକିଆ ମ୍ୟାଚ ଖେଳିବା ଜାରୀ ରଖିଛନ୍ତି ।