ପଂଜାବ: ପଂଜାବର ତରନତାରନ୍ରେ ନଗର ସଂକିର୍ତ୍ତନ ବେଳେ ବଡ ଧରଣର ବିସ୍ଫୋରଣ ହୋଇଛି । ଏଥିରେ ପ୍ରାୟ ୧୫ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଏଥିସହ ଅନେକ ଲୋକେ ଆହତ ହୋଇଛନ୍ତି । ସେମାନଙ୍କୁ ନିଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅହତମାନଙ୍କ ମଧ୍ୟରେ ୬ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ସେହିପରି ଆହତଙ୍କ ମଧ୍ୟରେ ଅନେକ ଛୋଟ ପିଲା ଥିବା ଜଣାପଡିଛି ।
ବାବା ଦୀପ ସିଂଜୀଙ୍କ ଜନ୍ମୋତ୍ସବ ଅବସରରେ ନଗର ସଂକିର୍ତ୍ତନର ଆୟୋଜନ କରାଯାଇଥିଲା । ଏହି ସମୟରେ ହଠାତ୍ ନିଆଁ ଲାଗି ଏକ ଟ୍ରାକ୍ଟରର ଟ୍ରଲି ରଖାଯାଇଥିବା ବାଣରେ ବିସ୍ଫୋରଣ ଘଟିଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ବିସ୍ଫୋରଣ ପରେ ସ୍ଥାନୀୟ ଅଚଂଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ସେପଟେ ବିସ୍ଫୋରଣ ଯୋଗୁଁ ମୃତ୍ୟୁ ସଂଖ୍ୟା ବଢ଼ିବା ନେଇ ଆଶଙ୍କା କରାଯାଉଛି ।
BREAKING NEWS
- ନେପାଳ ପ୍ରଳୟଙ୍କାରୀ ବନ୍ୟା; ନିଖୋଜ ଓଡ଼ିଆଙ୍କ ସଂଖ୍ୟା ୫କୁ ବୃଦ୍ଧି
- ଓଡ଼ିଶାର ୫ ଜିଲ୍ଲାରେ ବର୍ଷା ସମ୍ଭାବନା
- ଅପଦସ୍ଥ କଲେ ଜାଳି ଶେଷ କରିଦେବି: ରାଗିଗଲେ ଜୁଏଲ ଓରାମ
- ଗଭୀର ସମୁଦ୍ରରେ କେମିତି ବୁଡ଼ିଲା ବିଦେଶୀ ଜାହାଜ? ରହସ୍ୟ ଫିଟାଇବେ ଉଦ୍ଧାର ୨ ଚୀନ୍ ସଦସ୍ୟ
- ଆକାଉଣ୍ଟକୁ ଗଲା ସୁଭଦ୍ରା ଯୋଜନା ଟଙ୍କା, ଖୁସିରେ ହିତାଧିକାରୀ ମହିଳା
- ଭୂମିକମ୍ପରେ ଥରିଲା ଚୀନ; ତୀବ୍ରତା ୫.୧
- ଆବାସିକ ବିଦ୍ୟାଳୟରେ ୯ମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ଅଭିଯୋଗ, ଜଣେ ଅଟକ
- ଗଞ୍ଜେଇ ଡିଲ୍ ଅଡିଓ ଭାଇରାଲ୍! ୨ ପୋଲିସ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ
- ଦେବୀ ନଦୀରେ ଯୁବକ ନିଖୋଜ; ବ୍ରିଜରେ ସ୍କୁଟି ରଖି ଡେଇଁ ପଡ଼ିଲେ…
- ବରିଷ୍ଠ ନେତା କୋଣ୍ଡାବାବୁଙ୍କ ଦେହାନ୍ତ, ରାଜନୈତିକ ମହଲରେ ଶୋକର ଛାୟା

Comments are closed.