Latest Odisha News

BREAKING NEWS

କରୋନା ଭୂତାଣୁ ଆତଙ୍କ: ହଂକଂରୁ ଆସିଥିବା ସଫ୍ଟୱେୟାର୍ ଇଞ୍ଜିନିୟରଙ୍କ ନମୂନା ନେଗେଟିଭ୍ ଚିହ୍ନଟ

କଟକ/ଭୁବନେଶ୍ୱର: ଜାନୁଆରୀ ୨୪ ତାରିଖରେ ହଂକଂରୁ ଓଡ଼ିଶା ଆସିଥିବା ସଫ୍ଟୱେୟାର୍ ଇଞ୍ଜିନିୟର୍ କଟକସ୍ଥିତ ଏସସିବି ମେଡ଼ିକାଲ୍ କଲେଜ ଓ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି । କରୋନା ଭାଇରସ୍ ଲାଗି ପରୀକ୍ଷା ହୋଇଥିବା ତାଙ୍କର ରକ୍ତ ନମୂନା ନେଗେଟିଭ୍ ସାବ୍ୟସ୍ତ ହୋଇଛି ।

ଜଗତସିଂହପୁର ଅଞ୍ଚଳର ଏହି ସଫ୍ଟୱେୟାର୍ ଇଞ୍ଜିନିୟର ଜଣକ ଗତ ମଙ୍ଗଳବାର ଦିନ ଏସସିବି ମେଡ଼ିକାଲ୍ କଲେଜ ଓ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି ହୋଇଥିଲେ ।

ତେଣୁ ଏବେସୁଦ୍ଧା ତିନିଜଣ ଛାତ୍ରଙ୍କ ରକ୍ତ ନମୂନା ପରୀକ୍ଷାରେ ନେଗେଟିଭ୍ ଚିହ୍ନଟ ହୋଇଛି । ସମସ୍ତ ଛାତ୍ରମାନଙ୍କୁ ମେଡ଼ିକାଲରୁ ଡ଼ିସଚାର୍ଜ କରାଯାଇଛି ।

ଉକ୍ତ ସଫ୍ଟୱେୟାର୍ ଇଞ୍ଜିନିୟର ଜଣକ ହଂକଂର ଏକ ସଫ୍ଟୱେୟାର୍ କମ୍ପାନୀରେ କାର୍ଯ୍ୟ କରୁଛନ୍ତି, ସେ କିଛିଦିନ ପୂର୍ବରୁ ଚୀନ ଗସ୍ତ କରିଥିଲେ । ତାଙ୍କ ଶରୀରରେ କରୋନା ଭାଇରସର ଲକ୍ଷଣ ଦେଖାଯିବା ଯୋଗୁଁ ସେ ଏସସିବିରେ ଚିକିତ୍ସା ନିମନ୍ତେ ଭର୍ତ୍ତି ହୋଇଥିଲେ ।

ସେହିପରି ଭାବେ ଫୁଲବାଣୀ ଅଞ୍ଚଳର ଜନୈକ ଛାତ୍ର ମଧ୍ୟ କରୋନା ଭାଇରସ ସନ୍ଦେହରେ ଏସସିବିରେ ଭର୍ତ୍ତି ହୋଇଥିଲେ । ରକ୍ତ ନମୂନା ପରୀକ୍ଷାରେ ନେଗେଟିଭ୍ ଚିହ୍ନଟ ହେବାଯୋଗୁଁ ତାଙ୍କୁ ମଧ୍ୟ ମେଡ଼ିକାଲରୁ ଡ଼ିସଚାର୍ଜ କରି ଦିଆଯାଇଥିଲା ।

Leave A Reply

Your email address will not be published.