Latest Odisha News

BREAKING NEWS

ଆମ ବସରେ ଭିଡର ସୁଯୋଗ ନେଇ ଚୋରି କରୁଥିବା ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାଶ

ଭୁବନେଶ୍ୱର: ଆମ ବସରେ ଚୋରି କରୁଥିବା ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି କମିଶନରେଟ୍ ପୋଲିସ । ଏମାନଙ୍କ ଭିତରେ ୬ ଜଣ ରହିଛନ୍ତି ଆଉ ସମସ୍ତେ ମହିଳା । ନୟାପଲ୍ଲୀ ଥାନା ପୁଲିସ କାବୁ କରି କୋର୍ଟ ଚାଲାଣ କରିବା ସହ ସେମାନଙ୍କ ନିକଟରୁ ୧୦ ଗୋଟି ଦାମୀ ମୋବାଇଲ ଫୋନ ଜବତ କରିଛି ।

ଏହି ସମସ୍ତ ଚୋର ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ଗଞ୍ଜାମ, ଭଦ୍ରକ ଓ ବାଙ୍ଗଳାଦେଶ ସୀମାନ୍ତ ଅଞ୍ଚଳର । ଏମାନେ ଭୁବନେଶ୍ୱରରେ ସକ୍ରିୟ ରହି ଆମ ବସ୍‌ରେ ଯାତ୍ରୀଙ୍କ ମୋବାଇଲ୍, ନଗଦ ଟଙ୍କା ଓ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ଚୋରି କରୁଥିଲେ । ନୟାପଲ୍ଲୀ ଥାନାର ଏକ ସ୍ବତନ୍ତ୍ର ପୋଲିସ ଟିମ୍ ପାଟ୍ରୋଲିଂ କରି ଏମାନଙ୍କୁ ଧରିବାରେ ସଫଳ ହୋଇଥିଲେ ।

୬ ଜଣ ମହିଳାଙ୍କୁ ଚିହ୍ନଟ କରିବା ସହ ସମସ୍ତଙ୍କୁ ଅଟକ ରଖାଯାଇ ଅଧିକ ଯାଞ୍ଚ ଆରମ୍ଭ କରାଯାଇଥିଲା । ତଲାସି ବେଳେ ରାନୀ ସିଂହଙ୍କ ଭ୍ୟାନିଟି ବ୍ୟାଗରୁ ୬ଟି ଏବଂ ଶାନ୍ତି ଓରଫ ଜ୍ୟୋତି ରାଓଙ୍କ ଭ୍ୟାନିଟି ବ୍ୟାଗରୁ ୪ଟି ଆଣ୍ଡ୍ରଏଡ୍ ମୋବାଇଲ୍ ଫୋନ୍ ଜବତ କରାଯାଇଥିଲା। ପଚରାଉଚରା ବେଳେ ସେମାନେ ଉକ୍ତ ସମସ୍ତ ମୋବାଇଲ୍ ଫୋନକୁ ଭୁବନେଶ୍ବରର ବିଭିନ୍ନ ଅଞ୍ଚଳରୁ ଚୋରି, ଆମ ବସ୍‌ର ଯାତ୍ରୀଙ୍କ ଠାରୁ ପକେଟ୍‌ ମାର ତଥା ଛିନତାଇ କରି ସଂଗ୍ରହ କରିଥିବା ସେମାନେ ସ୍ୱୀକାର କରିଥିଲେ ।

Leave A Reply

Your email address will not be published.